ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ରାଜ୍ୟ ସ୍ତରରେ ପ୍ରଥମସ୍ଥାନ ଅଧିକୃତ କଲା ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ରାମନାଗୁଡା- ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଂଘମିତ୍ରା ମହାପାତ୍ର,ପୁରୁଷ ସ୍ବାସ୍ଥ୍ୟ କର୍ମୀ ସୁରେଶ କୁମାର ମହାଙ୍କୁଡ ଓ ଆଶାକର୍ମୀ ଅନସୂୟା ବିଡିକା ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ବତନ୍ତ୍ର ସଚିବଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସଂଘମିତ୍ରା ମହାପାତ୍ର ଏବଂ ପୁରୁଷ ସ୍ବାସ୍ଥ୍ୟ କର୍ମୀ ସୁରେଶ କୁମାର ମହାଙ୍କୁଡ ଲଗାତାର ଭାବେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ଏହି ପୁରସ୍କାର ପାଇଛନ୍ତି ।

ସଂଘମିତ୍ରା ମହାପାତ୍ର ଏହାର ଶ୍ରେୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୌରଭ ମହାପାତ୍ର ଏବଂ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପଯୁକ୍ତ ନେତୃତ୍ୱ ତଥା ସହଯୋଗ ଫଳରେ ଜିଲ୍ଲାର ଏତେବଡ଼ ସମ୍ମାନ ପାଇଁ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Comments are closed.