www.samajalive.in
Friday, December 12, 2025
15.1 C
Bhubaneswar

ପୁଣି ବିବାଦରେ ଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପାଳି ସରକାର ପରି ଦ୍ବିତୀୟ ପାଳି ସରକାରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ (ଶିକ୍ଷା ମନ୍ତ୍ରୀ) ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଛି। ମୋଦୀଙ୍କ ଦ୍ବିତୀୟ ପାଳି ସରକାରରେ ରମେଶ ପୋଖରିଆଲ ନିଶଙ୍କ ଶିକ୍ଷାମନ୍ତ୍ରୀ ହୋଇଛନ୍ତି। ତେବେ ପୋଖରିଆଲଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଛି। ପୋଖରିଆଲ ଶ୍ରୀଲଙ୍କାର ଏକ ବିଶ୍ବବିଦ୍ୟାଳୟରୁ ଦୁଇଟି ଡକ୍ଟରେଟ ଡିଗ୍ରୀ ହାସଲ କରିଥିବାବେଳେ ଏହି ଡିଗ୍ରୀର ବୈଧତାକୁ ନେଇ ବିବାଦ ​‌ଦେଖାଯାଇଛି। ୧୯୯୦ ଦଶକରେ କଲମ୍ବୋର ଓପନ ଇଣ୍ଟରନ୍ୟାସନାଲ ୟୁନିଭରସିଟି (ଓଆଇୟୁ) ପୋଖରିଆଲଙ୍କୁ ଡିଲିଟ୍ ସମ୍ମାନ ପ୍ରଦାନ କରିଥିଲା। ସାହିତ୍ୟ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଡିଲିଟ ସମ୍ମାନ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ଉକ୍ତ ବିଶ୍ବବିଦ୍ୟାଳୟ ପୋଖରିଆଲଙ୍କୁ ଆଉ ଏକ ଡିଲିଟ ସମ୍ମାନ ପ୍ରଦାନ କରିଥିଲେ। ତେବେ ଓଆଇୟୁ ଶ୍ରୀଲଙ୍କା ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇ ନଥିବା ଜଣାଯାଇଛି। ଶ୍ରୀଲଙ୍କା ୟୁନିଭରସିଟି ଗ୍ରାଣ୍ଟ କମିସନଙ୍କ କହିବା ଅନୁଯାୟୀ ଓଆଇୟୁ ବିଦେଶୀ ବିଶ୍ବବିଦ୍ୟାଳୟ କିମ୍ବା ଘରୋଇ ବିଶ୍ବବିଦ୍ୟାଳୟ ଭାବେ ପଞ୍ଜିକୃତ ହୋଇ ନାହିଁ। ସେହିପରି ପୋଖରିଆଲଙ୍କ ପାସପୋର୍ଟରେ ଜନ୍ମ ତାରିଖ ୧୫ ଜୁଲାଇ ଥିବାବେଳେ ସିଭିରେ ଜନ୍ମ ତାରିଖ ଅଗଷ୍ଟ ୧୫ ରହିଛି। ଏହା ପୂର୍ବରୁ ମୋଦୀଙ୍କ ପ୍ରଥମ ପାଳି ସରକାରରେ ଶିକ୍ଷାମନ୍ତ୍ରୀ ଥିବା ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଦେଖାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ମୃତି ଇରାନୀଙ୍କ ବିଭାଗ ପରିବର୍ତ୍ତନ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories