www.samajalive.in
Sunday, December 7, 2025
16.1 C
Bhubaneswar

ଦେବଦୂତ ସାଜିଲେ ଯବାନ; ଆହତଙ୍କୁ ଉଦ୍ଧାର କଲେ, ରୋଗୀଙ୍କୁ ବୋହିଲେ ୫ କିମି

ମାଲକାନଗିରି : କେବଳ ମାଓ ମୁକାବିଲା ନୁହେଁ, ଜିଲାରେ ରହିଥିବା ଯବାନମାନେ ଅସୁବିଧା ଓ ବିପଦରେ ପଡିଥିବା ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇ ସେମାନଙ୍କ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସମ୍ପ୍ରତି ଦୁଇଟି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଗର୍ଭବତୀ ମହିଳା ଓ ରୋଗୀଙ୍କୁ କାନ୍ଧରେ ବୋହି ହସପିଟାଲ ପର୍ଯ୍ୟନ୍ତ ପହଞ୍ଚାଇ ମାନବିକତାର ନିଦର୍ଶନ ଦେଖାଇଥିବା ବିଏସଏଫ ଜବାନମାନେ ସାଲିମି ଅଞ୍ଚଳରେ ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି। ଶୁକ୍ରବାର ଦିନ ମାଥିଲି ବ୍ଲକର ସାଲିମି ଓ କିଆଙ୍ଗ ବିଏସଏଫ କ୍ୟାମ୍ପ ମଧ୍ୟରେ ଥିବା ନୂଆଗୁଡ଼ା ନିକଟ ପରିମାଗୁଡ଼ା ଗ୍ରାମର ଇଶ୍ୱର ପଡ଼ିଆମି ନାମକ ଜଣେ ବ୍ୟକ୍ତି ଭାରସାମ୍ୟ ହରାଇ ମୋଟରସାଇକେଲରୁ ପଡିଯାଇଥିଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହି ଖବର ସାଲିମି ବିଏସଏଫ କ୍ୟାମ୍ପର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମନୀଷ କୁମାର ଗୁପ୍ତା ପାଇବା ପରେ ନିକଟସ୍ଥ କିଆଙ୍ଗ ବିଏସଏଫ କ୍ୟାମ୍ପର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ସୁରେନ୍ଦ୍ର ନିଥାରୱାଲଙ୍କୁ ଜଣାଇଥିଲେ। ଏହାପରେ ତୁରନ୍ତ ଶ୍ରୀ ନିଥାରୱାଲ ତାଙ୍କ କ୍ୟାମ୍ପ୍‍ର ଆମ୍ବୁଲାନ୍ସ ପଠାଇ ଗୁରୁତର ଭାବେ ଆହତ ଶ୍ରୀ ପଡ଼ିଆମିଙ୍କୁ ନେଇ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।
ଏହାଦ୍ୱାରା ତାଙ୍କର ଚିକିତ୍ସା ତୁରନ୍ତ ଆରମ୍ଭ ହୋଇଥିଲା। ସମ୍ପ୍ରତି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି। ଏହି ଖବର ଜଣାପଡ଼ିବା ପରେ ବିଏସଏଫର ଏଭଳି ଉଦ୍ୟମକୁ ଜନସାଧାରଣ ସ୍ୱାଗତ କରିଛନ୍ତି। ସେହିଭଳି ଛତିଶଗଡର ବିଜାପୁର ଜିଲ୍ଲାରେ ଶନିବାର ସିଆରପିଏଫ ଯବାନମାନେ ବିଜାପୁର ଜିଲାର ବୁଡିଗେଚେରୁଠାରେ କୁମ୍ବିଂ ଅପରେସନ କରୁଥିବା ବେଳେ ଜଣେ ଯୁବକ ଚଳନ୍ତା ଟ୍ରାକ୍ଟରରୁ ଖସିପଡି ଗୁରୁତର ଭାବେ ଆହତ ହୋଇଥିଲେ। ଉକ୍ତ ଗ୍ରାମଠାରୁ ୫ କିଲୋମିଟର ପର୍ଯ୍ୟନ୍ତ କୌଣସି ରାସ୍ତା କିମ୍ବା ଚିକିତ୍ସା ସୁବିଧା ନଥିଲା। ତେବେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଯବାନମାନେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ତେବେ ମାଓବାଦୀଙ୍କ ଭୟରେ ଆହତଙ୍କ ପରିବାର ପୋଲିସ ଓ
ଯବାନଙ୍କ ସାହାଯ୍ୟ ନେବାକୁ ମନା କରିଦେଇଥିଲେ। ତେବେ ବହୁ ବୁଝାସୁଝା ପରେ ଯବାନମାନେ ଆହତ ବ୍ୟକ୍ତିଙ୍କୁ ଏକ ଖଟିଆରେ ୫ କିଲୋମିଟର ବୋହି ବୋହି ନେବାପରେ ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories