www.samajalive.in
Saturday, December 6, 2025
23.1 C
Bhubaneswar

୩ରେ +୨ ବିଜ୍ଞାନ ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ବିଜ୍ଞାନ ପରୀକ୍ଷା ଫଳ ଆସନ୍ତା ୩ ତାରିଖ(ସୋମବାର) ପ୍ରକାଶ ପାଇବ। ଏନେଇ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୁବନେଶ୍ବର ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ସୋମବାର ମଧ୍ୟାହ୍ଣ ୧୨ଟାରେ ଫଳ ପ୍ରକାଶ ପାଇବ। ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ଫଳ ପୁସ୍ତିକା ପ୍ରକାଶ ପାଇବ ନାହିଁ। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଫଳ ପୁସ୍ତିକା ପ୍ରକାଶ କରାଯିବ। ସୋମବାର ମଧ୍ୟାହ୍ଣରେ ବିଧିବଦ୍ଧ ଭାବେ ଫଳ ଘୋଷଣା ହେବା ପରେ ପରିଷଦର ୱେବ୍‌ସାଇଟ୍‌ www.chseodisha.nic.in ଓ www.orissaresults.nic.inରେ ଲଗ୍‌ଇନ୍‌ କରି ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ୍‌ ନମ୍ବର ଦେଇ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ।
ଚଳିତ ବର୍ଷ ବିଜ୍ଞାନ ପାଠ୍ୟକ୍ରମରେ ମୋଟ ୯୯ ହଜାର ୧୮ ଜଣ ବିଦ୍ୟାର୍ଥୀ ଫର୍ମପୂରଣ କରିଥିଲେ। ବୁଧବାର ବିଜ୍ଞାନ ପାଠ୍ୟକ୍ରମର
ମୋଟ ୬ ଲକ୍ଷ ୫୭ ହଜାର ଖାତାଦେଖା ଶେଷ ହୋଇଥିଲା। ଫଳ ପ୍ରକାଶ ପାଇବା ପରେ ତୁରନ୍ତ ବିଦ୍ୟାର୍ଥୀଙ୍କୁ ସାର୍ଟିଫିକେଟ୍‌ ଓ ମାର୍କସିଟ୍‌ ବିତରଣ କରାଯିବ। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପରିଷଦର ଅଧ୍ୟକ୍ଷ, ସମ୍ପାଦକ, ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ବିଜ୍ଞାନ ବିଦ୍ୟାର୍ଥୀଙ୍କର ଫଳ ପ୍ରକାଶନ ଓ ସାର୍ଟିଫିକେଟ୍‌ ବିିତରଣ ପରେ କଳା,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ କରାଯିବ। କଳା ଓ ବାଣିଜ୍ୟର ଖାତାଦେଖା ଶୁକ୍ରବାର ଶେଷ ହୋଇଛି। ତେବେ କଳା,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ କେବେ ପ୍ରକାଶ ପାଇବ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ-ପରୀକ୍ଷା ନିୟନ୍ତ୍ରକ ଡ.ପ୍ରଶାନ୍ତ କୁମାର ଦାଶ କହିଛନ୍ତି ସମସ୍ତ ପାଠ୍ୟକ୍ରମର ଖାତାଦେଖା ଶେଷ ହୋଇଛି। ସୋମବାର ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ କରାଯିବ। ଚଳିତ ମାସ ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହ ସୁଦ୍ଧା କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସୂଚନାଯାଗ୍ୟ ଚଳିତ ବର୍ଷ ସମସ୍ତ ପାଠ୍ୟକ୍ରମରେ ମୋଟ ୩ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପୂର୍ବବର୍ଷ ମେ ୧୯ରେ +୨ ବିଜ୍ଞାନ ଓ ଜୁନ୍‌ ୯ରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପ୍ରକାଶ ପାଇଥିଲା।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories