www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଆକ୍ରାନ୍ତ ପ୍ରସୂତିଙ୍କୁ ପ୍ରସବ କରାଇଲେ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ଅନିଲ ବେହେରା

ରାମନାଗୁଡା: କରୋନା କାଳର ମାନବିକତା ହଜିଯାଉଥିବାବେଳେ ଆକ୍ରାନ୍ତଙ୍କ ନିଜ ସଂପର୍କୀୟ ମଧ୍ୟ ସହଯୋଗର ହାତ ବଢାଉନାହାନ୍ତି। ଏଭଳି ସମୟରେ ରାୟଗଡ଼ା ଜିଲା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ ତାଙ୍କର ସହଯୋଗୀମାନେ ଜଣେ କରୋନା ଆକ୍ରାନ୍ତ ପ୍ରସୂତିଙ୍କ ପ୍ରସବ କରାଇଥିଲେ। ପ୍ରସୂତିଜଣକ ସୁରକ୍ଷିତ ଭାବେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହି  ଘଟଣା ଡାକ୍ତରଙ୍କ ମହାନତାକୁ ପ୍ରମାଣିତ କରିଛି।
ସୂଚନା ଅନୁଯାୟୀ ରାୟଗଡ଼ା ଜିଲା ଗୁଡାରୀ ବ୍ଲକ ଅସଡା ସିତମଗୁଡା ଗ୍ରାମର ମଞ୍ଜୁଳା ପଣ୍ଡା(୨୮) ଗତକିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ମଞ୍ଜୁଳା କରୋନା ପଜିଟିଭ୍ ହୋଇଥିବାବେଳେ ପ୍ରସବ ତାରିଖ ପାଖେଇ ଆସୁଥିବାରୁ ସନ୍ତାନ ଜନ୍ମ ନେଇ ଚିନ୍ତାରେ ରହିଥିଲେ। ଏନେଇ ମଞ୍ଜୁଳାଙ୍କ ବାପା ବିଶ୍ବନାଥ ପଣ୍ଡା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ। ମଞ୍ଜୁଳାଙ୍କୁ ରାୟଗଡ଼ା ମୁଖ୍ୟଡାକ୍ତରଖାନା ନେବାପାଇଁ  ନିଷ୍ପତ୍ତି ନିଆଯାଇଥିଲା। ତେବେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ରାମନାଗୁଡା ନିକଟରେ ମଞ୍ଜୁଳାଙ୍କ ପ୍ରସବ ବେଦନା ହେବାକ୍ଷଣି ସଙ୍ଗେସଙ୍ଗେ ତାଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସବ କକ୍ଷରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ମଞ୍ଜୁଳାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଭାରାପ୍ରାପ୍ତ ଗୋଷ୍ଠୀ ଚିକିତ୍ସା ଅଧିକାରୀ  ଅନିଲ କୁମାର ବେହେରା, ଷ୍ଟାଫ ନର୍ସ ସରସ୍ବତୀ ଦେବୀ, ଏଏନଏମ ଉଷାରାଣୀ ବରାଳ ପ୍ରମୁଖ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ। ଅସ୍ତ୍ରୋପଚାର ସଫଳତା ସହ ଶେଷ ହେବାପରେ ମଞ୍ଜୁଳା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ଘୋଷଣା କରାଯାଇଥିଲା। ବର୍ତ୍ତମାନ ମଞ୍ଜୁଳା ଓ ନବଜାତ ଶିଶୁକନ୍ୟାର ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ଡାକ୍ତର ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏଥିରେ ବିପିଏମ କମଳାକର ରାଓ ଏଥିରେ ସହଯୋଗ କରିଥିଲେ। ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସୁରକ୍ଷିତ ପ୍ରସବକୁ ନେଇ ଡାକ୍ତରଙ୍କୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories