www.samajalive.in
Thursday, December 11, 2025
16.1 C
Bhubaneswar

ଡିଜିଟାଲ ଲାଇଫଲାଇନ ଉପଲବ୍ଧ କରାଉଛି ଜିଓଫାଇବର

ଭୁବନେଶ୍ୱର: ସାଂପ୍ରତିକ ମହାମାରୀ ସମୟରେ ଅନ୍‍ଲାଇନ ପାଠପଢା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ହୁଅନ୍ତୁ, ଅଥବା ଘରେଥାଇ କାମ କରୁଥିବା (ୱାର୍କ ଫ୍ରମ ହୋମ୍‍) ବୃତ୍ତିଧାରୀ, କିମ୍ବା କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀ ହୁଅନ୍ତୁ, ସବୁ ବର୍ଗର ଲୋକଙ୍କ ପାଇଁ ନିରବଚ୍ଛିନ୍ନ ଡିଜିଟାଲ ସଂଯୋଗୀକରଣ ଅତ୍ୟାବଶ୍ୟକ ହୋଇପଡିଛି। ଭରସାଯୋଗ୍ୟ ହାଇ-ସ୍ପିଡ ଇଂଟରନେଟର ବର୍ଦ୍ଧିତ ଆବଶ୍ୟତାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଓଡ଼ିଶାର ୨୭ରୁ ଅଧିକ ସହର ଓ ନଗରରେ ମୁଖ୍ୟ ମୁଖ୍ୟ ସ୍ଥାନଗୁଡିକରେ ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା, ଜିଓଫାଇବରକୁ ଦ୍ରୁତ ସଂପ୍ରସାରିତ କରିଛି। ହଜାର ହଜାର ବ୍ୟକ୍ତିଗତ ଏବଂ ଔଦ୍ୟୋଗିକ ଉପଭୋକ୍ତାଙ୍କୁ ଅବିଚ୍ଛିନ୍ନ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ଯୋଗାଇବା ସହିତ ଜିଓଫାଇବର ସଂପ୍ରତି ରାଜ୍ୟର ରାଜଧାନୀ ସହର ଏବଂ ତାହାସହିତ ଅନ୍ୟ ପ୍ରମୁଖ ସହରାଞ୍ଚଳଗୁଡିକରେ ଥିବା ଅଧିକାଂଶ ଆବାସିକ ସୋସାଇଟିର ହଜାର ହଜାର ବାସିନ୍ଦାଙ୍କ ପାଇଁ ବାସ୍ତବରେ ଏକ ଡିଜିଟାଲ ଜୀବନରେଖାରେ ପରିଣିତ ହୋଇଛି।
ସାଂପ୍ରତିକ ପରିସ୍ଥିତିରେ ବହୁସଂଖ୍ୟକ ବାସିନ୍ଦା ନିଜ ଘରେ ଥାଇ କାର୍ଯ୍ୟ କରିବା ଏବଂ ଛାତ୍ରଛାତ୍ରୀ ଅନ୍‍ଲାଇନ କ୍ଲାସରେ ଯୋଗଦେଉଥିବା ଦୃଷ୍ଟିରୁ ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଏବଂ ଅନ୍ୟ ପ୍ରମୁଖ ସହରାଞ୍ଚଳଗୁଡିକରେ ଥିବା ଆବାସିକ ସୋସାଇଟି, ସୁଉଚ୍ଚ ଅଟ୍ଟାଳିକା, ଆପାର୍ଟମେଣ୍ଟ କଂପ୍ଲେକ୍ସ ଆଦିରେ ବାସକରୁଥିବା ଲୋକଙ୍କ ପାଇଁ ଦ୍ରୁତ ସଂପ୍ରସାରିତ ହେଉଥିବା ଜିଓଫାଇବର ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ସଂପ୍ରତି ବେଶ୍‍ ଉପଯୋଗୀ ହୋଇପାରିଛି। ଏପରିକି ମହାମାରୀ ଏବଂ ତାଲାବନ୍ଦ କାଳରେ ମଧ୍ୟ ଜିଓଫାଇବର ଗୋଷ୍ଠୀ ନୂତନ ସଂଯୋଗ ଯୋଗାଇଦେବା ସହିତ ଘରେ ରହି କାମ କରୁଥିବା ଗ୍ରାହକଙ୍କର ପ୍ରତ୍ୟେକ ଆବଶ୍ୟକତା ପ୍ରତି ଦୃଷ୍ଟି ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଜିଓ ଓଡ଼ିଶାରେ ଅନେକ ସହର ଓ ନଗରାଞ୍ଚଳକୁ ଏହାର ହାଇ ସ୍ପିଡ ବ୍ରଡବ୍ୟାଣ୍ଡ୍‍ ସେବା ଜିଓଫାଇବର ଦ୍ରୁତ ସଂପ୍ରସାରଣ କରୁଛି ଏବଂ ଏହା ସଂପ୍ରତି ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର ଆଦି ସହରର ମୁଖ୍ୟ ମୁଖ୍ୟ ସ୍ଥାନରେ ଉପଲବ୍ଧ ହେଉଛି ଏବଂ ରାଜ୍ୟର ଅନ୍ୟ ପ୍ରମୁଖ ସହର ଓ ନଗରଗୁଡିକୁ ଦ୍ରୁତ ସଂପ୍ରସାରିତ ହେଉଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories