www.samajalive.in
Monday, December 15, 2025
15.1 C
Bhubaneswar

ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ  : ବୌଦ୍ଧ ଗଡଜାତର ପ୍ରସିଦ୍ଧ ରାମଲୀଳା ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ୩୦ ତାରିଖ ପବିତ୍ର ରାମନବମୀ ଠାରୁ ୧୮ ଦିନଧରି ହେବାକୁଥିବା ବୌଦ୍ଧର ଗଣପର୍ବ ରାମଲୀଳା ଯାତ୍ରାକୁ ଅଧିକ ଆକର୍ଷଣୀୟ କରି ପାଳନ କରାଯିବାକୁ ଆଲୋଚନା କରାଯାଇଥିଲା । ବୈଠକରେ ଏନଏସି ଅଧ୍ୟକ୍ଷ ତଥା ରାମଲୀଳା ନାଟ୍ୟ ସଂସଦର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ବୌଦ୍ଧରେ ରାମଲାଳୀ ଯାତ୍ରା ପାଳନ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ । ଜିଲା ପ୍ରଶାସନ ପକ୍ଷରୁ ଏହି ଯାତ୍ରା ଆୟୋଜନକୁ ମାନ୍ୟତା ପ୍ରଦାନ କରାଯାଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ । ଦୀର୍ଘ ୧୮ ଦିନ ଧରି ପାଳନ ହେଉଥିବା ଏହି ଯାତ୍ରା ବ୍ୟୟବହୁଳ ସହିତ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଶାନ୍ତି ଶୃଙ୍ଖଳାର ସହିତ ଏହାକୁ ପାଳନ କରାଯିବାକୁ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଗତବର୍ଷ ଠାରୁ ରାମଲାଳୀ ଯାତ୍ରା ସମୟରେ ବୌଦ୍ଧରେ ପଲ୍ଲିଶ୍ରୀ ମେଳା ସହିତ ମହୋତ୍ସବ ଆୟୋଜନ କରାଯାଇଥିଲା। ଚଳିତବର୍ଷ ମଧ୍ୟ ମହାସମାରୋହରେ ଏହା ଆୟୋଜନ କରାଯିବାକୁ ମତପ୍ରକାଶ ପାଇଥିଲା । ତେବେ ଆଲୋଚନା ପରେ ପରବର୍ତ୍ତୀ  ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଜଣାପଡିଛି। ଯାତ୍ରା ପୂର୍ବରୁ ମନ୍ଦିର ପରିସରର ଉନ୍ନତିକରଣ କାର୍ଯ୍ୟ ସମାପନ କରାଯିବାକୁ ଆଲୋଚନା କରାଯାଇଥିଲା। ଏହାବ୍ୟତୀତ ବିଗତ ବର୍ଷର ଆୟ ବ୍ୟୟ ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର, ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା,ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଓ ରାମଲାଳୀ ନାଟ୍ୟ ସଂସଦର ସଂପାଦକ ମନୋଜ କୁମାର ସାହୁଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories