ସୀତାଙ୍କୁ ଅପହରଣ କରିଥିଲେ ରାମ?

0

ଅହମ୍ମଦାବାଦ୍‍: ସୀତାଙ୍କୁ ରାବଣ ନୁହେଁ ରାମ ଅପହରଣ କରିଥିଲେ। ଏଭଳି ଅବାନ୍ତର, ବିଭ୍ରାନ୍ତିକର ଓ ଆଶ୍ଚର୍ଯ୍ୟଜନକ ତଥ୍ୟ ଉଲ୍ଲେଖ ରହିଛି ଗୁଜରାଟର ଦ୍ୱାଦଶ ଶ୍ରେଣୀ ସଂସ୍କୃତ ବହିରେ। ସଂସ୍କୃତ ସାହିତ୍ୟର ଉପକ୍ରମଣିକା ପୁସ୍ତକର ୧୦୬ ନଂ ଅନୁଚ୍ଛେଦରେ ଏହା ଉଲ୍ଲେଖ ରହିଛି। ଗୁଜରାଟ୍‍ ରାଜ୍ୟ ସ୍କୁଲ୍‍ ପୁସ୍ତକ ପରିଷଦର ନିର୍ବାହୀ ଅଧିକାରୀ ବସନ୍ତ ଭଟ୍ଟ ଏ ସମ୍ପର୍କରେ ଅବଗତ ନଥିବା କହିଛନ୍ତି। ଅବଶ୍ୟ ଏହାକୁ ଏକ ଅନୁବାଦ ଜନିତ ତ୍ରୁଟି ହୋଇଥାଇପାରେ ବୋଲି ସେ ସ୍ୱୀକାର କରିଛନ୍ତି।

Leave A Reply