www.samajalive.in
Saturday, December 6, 2025
19.1 C
Bhubaneswar

ରାମଲାଲାଙ୍କର ହେଲା ସୂର୍ଯ୍ୟତିଲକ: ଦିବ୍ୟ ଦର୍ଶନ କଲେ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ଅଯୋଧ୍ୟା ରାମମନ୍ଦିରରେ ରାମନବମୀ ଉତ୍ସବ ବେଶ ଧୁମଧାମରେ ପାଳନ କରାଯାଉଛି। ୫୦୦ ବର୍ଷ ପରେ ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ସୂର୍ଯ୍ୟତିଲକ ହୋଇଛି। ବୈଜ୍ଞାନିକମାନେ ଦର୍ପଣ ଜରିଆରେ ଭଗବାନଙ୍କ ମସ୍ତକରେ ସୂର୍ଯ୍ୟତିଲକ କରିଛନ୍ତି। ଏହି ସୂର୍ଯ୍ୟକିରଣ ପ୍ରାୟ ୪ମିନିଟ ପର୍ଯ୍ୟନ୍ତ ରାମଲାଲାଙ୍କ ମସ୍ତିକରେ ପଡି ଶୋଭା ବଢାଇଥିଲା। ପ୍ରଭୁ ଶ୍ରୀରାମଙ୍କର ସୂର୍ଯ୍ୟାଭିଷେକ ପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ତାଙ୍କ ଦିବ୍ୟ ଦର୍ଶନ କରିଛନ୍ତି। ରାମ ନବମୀ ଅବସରରେ ସକାଳୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

ପ୍ରଭୁ ରାମଲାଲାଙ୍କର ସୂର୍ଯ୍ୟତିଳକ : ହେଉଛି ୯ଟି ଶୁଭ ଯୋଗ ସହ ଗ୍ରହଙ୍କ ଅଦ୍ଭୁତ ସଂଯୋଗ..

- Advertisement -

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରେ ଏହା ପ୍ରଥମ ରାମନବମୀ ପାଳନ ହେଉଛି। ଏଥିପାଇଁ ପୁରା ନଗରୀ ଭକ୍ତିମୟ ହୋଇଛି। ରାମନବମୀ ଅବସରରେ ରାମଲାଲାଙ୍କର ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେଉଛି। ପୁରା ମନ୍ଦିରକୁ ଫୁଲ ଓ ଆଲୋକ ମାଳାରେ ସଜ୍ଜିତ କରାଯିବା ସହ ଭକ୍ତଙ୍କ ପାଇଁ ରାତି ୩ଟା ୩୦ମିନିଟରୁ ମନ୍ଦିର ଖୋଲା ଯାଇଥିଲା। ଆଜି ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ରାମଲାଲାଙ୍କ ଦିବ୍ୟ ଦର୍ଶନ କରିପାରିବେ। ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପାଖାପାଖି ୨ହଜାର ପ୍ଲାଟୁନ ଫୋର୍ସ ସହରରେ ମୁତୟନ ହୋଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories