www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତୁ, ରକ୍ଷା ବନ୍ଧନର ଧାର୍ମିକ ମହତ୍ତ୍ବ !

ରକ୍ଷା କରିବା ଓ କରାଇବା ପାଇଁ ବନ୍ଧା ଯାଉଥିବା ପବିତ୍ର ସୂତା (ଢାଗା)କୁ ରକ୍ଷା ବନ୍ଧନ କୁହାଯାଏ । ଏହି ପବିତ୍ର ପର୍ବ ଶ୍ରାବଣ ଶୁକ୍ଳପକ୍ଷ ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଚଳିତ ବର୍ଷ ୨୬ ଅଗଷ୍ଟରେ ପଡୁଛି ପବିତ୍ର ରକ୍ଷା ବନ୍ଧନ । ଏହି ଦିନ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରକ୍ଷୀ ବାନ୍ଧିଥାଏ । ସାରା ଜୀବନ ରକ୍ଷା କରିବାର ବଚନ ନେଇଥାଏ ।

ପୌରାଣିକ ବିଷୟବସ୍ତୁ ଅନୁଯାୟୀ, ରାଜସୁୟ ଯଜ୍ଞ ସମୟରେ ଦ୍ରୌପଦୀ ପିନ୍ଧା ସାଢି ଆଞ୍ଚଲର ଏକ ଛୋଟ ଖଣ୍ଡକୁ ରକ୍ଷା ସୂତ୍ର ଭାବରେ ଭଗବାନ କୃଷ୍ଣଙ୍କୁ ବାନ୍ଧିଥିଲେ । ସେବେଠାରୁ ଭାଇ ଭଉଣୀ ମଧ୍ୟରେ ପବିତ୍ର ରକ୍ଷା ବନ୍ଧନର ପରମ୍ପରା ଆରମ୍ଭ ହୋଇଛି ।

- Advertisement -

ଏହି ଦିନ ଶିକ୍ଷା ଆରମ୍ଭ କରିବାର ସର୍ବଶ୍ରେଷ୍ଠ ଦିନ ବୋଲି ମାନ୍ୟତା ରହିଛି। କାରଣ ଏହି ଦିନ ବେଦପାଠୀ ବାହ୍ମଣ ଯର୍ଦୁବେଦ ପାଠ ଆରମ୍ଭ କରିଥାନ୍ତି । ସେଥିପାଇଁ ରକ୍ଷା ବନ୍ଧନ ଦିନ ପିଲାଙ୍କ ଶିକ୍ଷା ଆରମ୍ଭ କରିବା ଉତ୍ତମ ବୋଲି ବିଶ୍ବାସ ରହିଛି ।

କିପରି କରିବେ ରକ୍ଷାବନ୍ଧନର ପ୍ରସ୍ତୁତ ?

ଥାଳିରେ ସିନ୍ଦୁର, ଚନ୍ଦନ, ଚାଉଳ, ଘିଅ ଦୀପ, ରାକ୍ଷା ସୂତ୍ର ବା ରାକ୍ଷୀ ଓ ମିଠା ରଖନ୍ତୁ । ଏହି ଥାଳିଟିକୁ ପ୍ରଥମେ ଭଗବାନଙ୍କ ନିକଟରେ ସମର୍ପଣ କରନ୍ତୁ ।

ଭାଇକୁ ପୂର୍ବ ଓ ଉତ୍ତର ଦିଗକୁ ମୁହଁ କରି ବସାନ୍ତୁ। ପ୍ରଥମେ ଭାଇ ମଥାରେ ତିଳକ ଲଗାଇ ରକ୍ଷୀ ବାନ୍ଧନ୍ତୁ ଓ ଆଳତୀ କରନ୍ତୁ । ପରେ ମିଠା ଖୁଆଇ ପ୍ରଣାମ କରନ୍ତୁ ।

ରାକ୍ଷୀ ବାନ୍ଧିବା ସମୟରେ ଭାଇ ବା ଭଉଣୀର ମଥା ଉପରେ କପଡା ଥିବା ଆବଶ୍ୟକ । ରକ୍ଷା ବନ୍ଧନ ପରେ ଗୁରୁଜନଙ୍କ ଆର୍ଶିବାଦ ନିଅନ୍ତୁ ।

ଉପହାର ଏପରି ହୋଇଥିବ, ଯାହା ଉଭୟଙ୍କ ମଙ୍ଗଳକାରୀ ହେବ । କଳା ବସ୍ତ୍ର ଓ ରାଗ ବା ନମକିନ ଖାଦ୍ୟ ଉପହାରରେ ଦିଅନ୍ତୁ ନହିଁ।

ରକ୍ଷାସୂତ୍ର କିଭଳି ହେବା ଉଚିତ୍?

ରକ୍ଷାସୂତ୍ର ବା ରାକ୍ଷୀ ୩ଟି ସୂତା ବିଶିଷ୍ଟ ହୋଇଥିବା ଆବଶ୍ୟକ ।

ସୂତା ରଙ୍ଗ ନାଲି, ହଳଦିଆ ବା ଧଳା ରଙ୍ଗ ହୋଇଥିବା ଆବଶ୍ୟକ ।

ରକ୍ଷାସୂତ୍ରରେ ପ୍ରଥମେ ଚନ୍ଦନ ଲଗାନ୍ତୁ ।

ଚଳିତ ବର୍ଷ ପ୍ରାତଃ ୬ଟା ୧୦ ମିନିଟରୁ ସନ୍ଧ୍ୟା ୫ଟା ୨୫ ମିନିଟ୍ ପର୍ଯ୍ୟନ୍ତ ରହିଛି ରାକ୍ଷୀ ବାନ୍ଧିବା ଶୁଭ ମୂହୁର୍ତ୍ତ ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories