www.samajalive.in
Sunday, December 14, 2025
23.1 C
Bhubaneswar

ପାକିସ୍ତାନରେ ୩ଟି ଘରର ମାଲିକ ଦାଉଦ୍‍:ବ୍ରିଟେନ

ନୂଆଦିଲ୍ଲୀ: ଭାରତର କୁଖ୍ୟାତ ଅପରାଧୀ ଦାଉଦ ଇବ୍ରାହିମ୍‍ ପାକିସ୍ତାନର କରାଚୀରେ ୩ଟି ବିଶାଳ ଅଟ୍ଟାଳିକାର ମାଲିକ ବୋଲି ବ୍ରିଟେନ ପକ୍ଷରୁ ଜାରି ରିପୋର୍ଟରେ ପ୍ରକାଶ କରାଯାଇଛି। ଏତେ ଦିନ ଭାରତ କହୁଥିଲା, ପାକିସ୍ତାନ ଖଣ୍ଡନ କରୁଥିଲା। ଏବେ କିନ୍ତୁ ବ୍ରିଟେନ ପରି ରାଷ୍ଟ୍ର ଦାଉଦର ଠିକଣା ସହ ପ୍ରମାଣ ଦେଲା ଯେ ଦାଉଦ୍‍ ପାକିସ୍ତାନରେ। ଏଭଳି ତଥ୍ୟ ସାମ୍ନାକୁ ଆସିଛି ପୁଣି ଯେତେବେଳେ ଖୋଦ୍‍ ଦାଉଦ କୁଆଡ଼େ ଭାରତ ଫେରିବାକୁ ଆଗ୍ରହ ପ୍ରକାଶ କରୁଛି ବୋଲି ତାଙ୍କ ଭାଇ ଇକବାଲ କାସ୍କରର ଆଇନଜୀବୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଏଥି ନିମନ୍ତେ ଦାଉଦ କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି। ଦାଉଦ ଇବ୍ରାହିମ ଭାରତ ଆସିଲେ ତାକୁ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡ଼ିବ ନିଶ୍ଚିତ। ହେଲେ ଦାଉଦ କେବଳ ଆର୍ଥର ରୋର୍ଡ଼ ଜେଲରେ ହିଁ ରହିବାକୁ ଚାହୁଁଛନ୍ତି। ବ୍ରିଟେନ ଦ୍ୱାରା ପ୍ରଦତ୍ତ ୩ଟି ଠିକଣା ହେଲା:

House No 37, 30th Street – defence, Housing Authority, Karachi
Palatial bungalow in the hilly area in Noorabad, Karachi
White House, Near Saudi Mosque, Clifton, Karachi.

- Advertisement -

ଏପରିକି ବ୍ରିଟେନ ଭାରତର ଦ୍ୱାରା ଜାରି କରାଯାଇ ଥିବା ସମସ୍ତ ତଥ୍ୟକୁ ସତ୍ୟ ବୋଲି ଦର୍ଶାଇଛି। ଦାଉଦର ଜନ୍ମସ୍ଥାନ ମହାରାଷ୍ଟ୍ରର ରତ୍ନାଗିରି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇ ଥିବାବେଳେ ତାଙ୍କ ପିତାଙ୍କ ନାମ ସେଖ ଇବ୍ରାହିମ ଅଲ୍ଲୀ କାସକର ବୋଲି ବ୍ରିଟେନ ଉଲ୍ଲେଖ କରିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories