www.samajalive.in
Saturday, December 13, 2025
14.1 C
Bhubaneswar

ରାଜ୍ୟସଭାରେ ଓଡ଼ିଆ ସାଂସଦଙ୍କ ୧୬ଟି ବେସରକାରୀ ବିଧେୟକ

ନୂଆଦିଲ୍ଲୀ: ରାଜ୍ୟସଭାରେ ମଞ୍ଜୁରୀ ଅପେକ୍ଷାରେ ପଡ଼ିରହିଥିବା ସମୁଦାୟ ୧୩୦ଟି ବେସରକାରୀ ବିଧେୟକ ମଧ୍ୟରେ ଚାରି ଜଣ ଓଡ଼ିଆ ସାଂସଦଙ୍କ ଦ୍ୱାରା ଆଗତ ୧୬ଟି ବିଧେୟକ ରହିଛି। ସାଂସଦ ଡ଼ ସସ୍ମିତ ପାତ୍ର ୩ଟି, ସାଂସଦ ସୁଜିତ କୁମାର ୫ଟି, ସାଂସଦ ଡ଼ ପ୍ରଶାନ୍ତ ନନ୍ଦ ଗୋଟିଏ ଏବଂ ସାଂସଦ ଅମର ପଟ୍ଟନାୟକ ୭ଟି ପ୍ରାଇଭେଟ ମେମ୍ବର ବିଧେୟକ ଉପସ୍ଥାପିତ କରିଛନ୍ତି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/primary-education-in-odisha/482883.html

- Advertisement -

ରାଜ୍ୟସଭାରେ ବିଜେଡି ନେତା ତଥା ସାଂସଦ ଡ଼ ସସ୍ମିତ ପାତ୍ରଙ୍କ ଦ୍ୱାରା ଉପସ୍ଥାପିତ ପ୍ରାଇଭେଟ ମେମ୍ବର ବିଧେୟକ ମଧ୍ୟରେ ଶାଳପତ୍ର ତୋଳାଳି ଏବଂ ବ୍ୟବସାୟୀ କଲ୍ୟାଣ ବିଧେୟକ ୨୦୨୨, ମାନବଚାଲାଣ ନିରୋଧ ସୁରକ୍ଷା ଓ ଥଇଥାନ ବିଧେୟକ ୨୦୨୨ ଏବଂ ରାଜ୍ୟ ପୁର୍ନଗଠନ ବିଧେୟକ ୨୦୨୨ ରହିଛି। ସାଂସଦ ସୁଜିତ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଧେୟକ ମଧ୍ୟରେ ଦି ଲେଜିସଲେସନ ଆଣ୍ଡ ଏକ୍ସପେଣ୍ଡିଚର ଆକାଉଣ୍ଟବିଲିଟି ବିଧେୟକ ୨୦୨୨, କୋଡ ଅଫ କ୍ରିମିନାଲ ପ୍ରୋସିଜିଓର ସଂଶୋଧନ ବିଧେୟକ ୨୦୨୨, ନେଟ ଜିରୋ ଏମିସନ ବିଧେୟକ ୨୦୨୨, ୱିଚହଣ୍ଟିଂ ନିରୋଧ ଆଇନ ୨୦୨୨, ସିଗାରେଟ ଏବଂ ଟବାକୋ ନିୟନ୍ତ୍ରଣ ବିଧେୟକ ୨୦୨୨ ଆଦି ଅନ୍ତର୍ଭୁକ୍ତ। ସେହିଭଳି ଅପରାଧିକ ଆଇନ ସଂଶୋଧନ ବିଧେୟକ ୨୦୨୧କୁ ବରିଷ୍ଠ ସାଂସଦ ଡ଼ ପ୍ରଶାନ୍ତ ନନ୍ଦ ଉପସ୍ଥାପିତ କରିଛନ୍ତି। ସାଂସଦ ଅମର ପଟ୍ଟନାୟକଙ୍କ ଦ୍ୱାରା ଉପସ୍ଥାପିତ ପ୍ରାଇଭେଟ ମେମ୍ବର ବିଲରେ ସମ୍ବିଧାନର ଧାରା ୫୧-କ ସଂଶୋଧନ ବିଧେୟକ ୨୦୨୦, ଲୋକପାଳ ଓ ଲୋକୟୁକ୍ତ ସଂଶୋଧନ ବିଧେୟକ ୨୦୨୧, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ନାମଲେଖା ସଂଶୋଧନ ବିଧେୟକ ୨୦୨୧, କୋଡ ଅଫ କ୍ରିମିନାଲ ପ୍ରୋସିଜିଓର ବିଧେୟକ ୨୦୨୦, ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ସଂଶୋଧନ ବିଧେୟକ ୨୦୧୯, ଦି କ୍ରେଡିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କରପୋରେସନ ସଂଶୋଧନ ବିଧେୟକ ୨୦୧୯, ସୂଚନା ଅଧିକାର ସଂଶୋଧନ ବିଧେୟକ ୨୦୧୯ ଆଦି ରହିଛି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories