www.samajalive.in
Sunday, December 14, 2025
26.1 C
Bhubaneswar

ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ରାଜ୍ୟସଭାରେ ହଟ୍ଟଗୋଳ

ଡେସ୍କ: ଗୁରୁବାର ସରକାରୀ ଓ ବିରୋଧୀ ପକ୍ଷର ସଦସ୍ୟମାନଙ୍କ ଦ୍ୱାରା ବାଦ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ରାଜ୍ୟସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ବିରୋଧୀ ଦଳର ସଦସ୍ୟମାନେ ଦରଦାମ ବୃଦ୍ଧି ଓ ଗୁଜରାଟ ମଦମୃତ୍ୟୁ ଘଟଣାକୁ ନେଇ ହୋହାଲ୍ଲା କରିଥିବା ବେଳେ ସରକାରୀ ସଦସ୍ୟମାନେ କଂଗ୍ରେସ ନେତା ଅଧିରରଞ୍ଜନ ଚୌଧୁରୀଙ୍କ ଦ୍ୱାରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟର ପ୍ରତିବାଦରେ ସ୍ଲୋଗାନମାନ ଦେଇଥିଲେ। ଚତୁର୍ଥ ମୁଲତବୀ ପରେ ଅପରାହ୍ଣ ୪ଟା ବେଳେ ସଭାକାର୍ଯ୍ୟ ପୁନଃ ଆରମ୍ଭ ହେବା ମାତ୍ରକେ କଂଗ୍ରେସ, ଆମ୍‍ ଆଦମୀ ପାର୍ଟି ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ସଭା ଗୃହର ମଧ୍ୟଭାଗରେ ସ୍ଲୋଗାନମାନ ଦେଇଥିଲେ। ତେଣେ ସରକାରୀ ସଦସ୍ୟମାନେ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମନ୍ତବ୍ୟକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି କରି ହୋହାଲ୍ଲା କରିଥିଲେ।

ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ ଅଧ୍ୟକ୍ଷ ସଭାକକ୍ଷ ଛାଡ଼ି ଚାଲିଯିବା ପାଇଁ ନିଲମ୍ବିତ ସଦସ୍ୟମାନଙ୍କୁ କହିଥିଲେ।ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ମଧ୍ୟ ଅନୁରୋଧ କରିଥିଲେ କିନ୍ତୁ ତାଙ୍କ କଥା ଅମାନ୍ୟ କରିବାରୁ ସେ ଶୁକ୍ରବାର ପର୍ଯ୍ୟନ୍ତ ସଭାକାର୍ଯ୍ୟକୁ ମୁଲତବୀ ରଖିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories