ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ, ଲୋକସଭା ଦିନକ ପାଇଁ ମୁଲତବୀ

ଡେସ୍କ: ଲୋକସଭାରେ କଂଗ୍ରେସ ସାଂସଦ ଅଧୀରରଞ୍ଜନ ଚୌଧୁରୀଙ୍କ ଦ୍ୱାରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ହୋହାଲ୍ଲା ହେବାରୁ ସଭା କାର୍ଯ୍ୟକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ନିଜ ନିଜ ଜିଦରେ ଅଟଳ ରହି ସଭା କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

କଂଗ୍ରେସ ସଭାପତି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ବିଜେପି ସଦସ୍ୟମାନେ ଦାବି ଉପସ୍ଥାପନ କରିଥିବା ବେଳେ ବିରୋଧୀ ଦଳ ସଦସ୍ୟମାନେ ଅଧୀରରଞ୍ଜନ ଚୌଧୁରୀଙ୍କୁ ସଭା ଗୃହରେ କହିବା ପାଇଁ ଅନୁମତି ଦିଆଯାଉ ବୋଲି କହିଥିଲେ। ପୂର୍ବରୁ ଦୁଇଥର ମୁଲତବୀ ପରେ ସଭା କାର୍ଯ୍ୟ ୪ଟା ବେଳେ ପୁନର୍ବାର ଆରମ୍ଭ ହେବାରୁ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ନିଜ ନିଜର ଦାବି ଉପସ୍ଥାପନ କରି ହଟ୍ଟଗୋଳ ସୃଷ୍ଟି କରିଥିଲେ। କଂଗ୍ରେସ, ଡି.ଏମ୍‍.କେ. ସଦସ୍ୟମାନେ ଓ ବିଜେପି ସଦସ୍ୟମାନେ ସଭାଗୃହରେ ହୋହାଲ୍ଲା କରିଥିଲେ। ଏଭଳି ଗଣ୍ଡଗୋଳିଆ ପରିସ୍ଥିତି ମଧ୍ୟରେ ଲୋକସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି।

Comments are closed.