www.samajalive.in
Monday, December 15, 2025
26.1 C
Bhubaneswar

ଡାକ୍ତରଖାନାରୁ ଫେରିଲେ ରଜନୀକାନ୍ତ

ହାଇଦ୍ରାବାଦ : ସୁପରଷ୍ଟାର ରଜନୀକାନ୍ତଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ରକ୍ତଚାପ ଜନିତ ସମସ୍ୟା ହେତୁ ତାଙ୍କୁ ଶୁକ୍ରବାର ଦିନ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହାଇଦ୍ରାବାଦର ଆପୋଲୋ ହସ୍ପିଟାଲ ପକ୍ଷରୁ ରବିବାର ଦିନ କୁହାଯାଇଛି, ଯେ ଅଭିନେତା ରଜନୀକାନ୍ତଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟରେ କୌଣସି ଚିନ୍ତାଜନକ ବିଷୟ ନାହିଁ ଏବଂ ରକ୍ତଚାପରେ ପରିବର୍ତ୍ତନ ହେତୁ ତାଙ୍କୁ ଚିକିତ୍ସା କରାଯାଉଛି । ଡାକ୍ତରଙ୍କ ଏକ ଟିମ୍ ରବିବାର ତାଙ୍କ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିବା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ ସେ କୌଣସି ପ୍ରକାର ଚାପରୁ ଦୂରେଇ ରୁହନ୍ତୁ।

- Advertisement -


ରଜନୀକାନ୍ତଙ୍କ ରକ୍ତଚାପ ଅତ୍ୟନ୍ତ ଉଚ୍ଚ ସ୍ତରକୁ ଯିବା ପରେ ତାଙ୍କୁ ଶୁକ୍ରବାର ଦିନ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସୂର୍ଯ୍ୟ ପିକ୍ଚର୍ସର ତାମିଲ ଚଳଚ୍ଚିତ୍ର ଆନ୍ନାଥ ପାଇଁ ସୁଟିଂ ପାଇଁ ଡିସେମ୍ବର ୧୩ରୁ ହାଇଦ୍ରାବାଦରେ ଥିଲେ। କିଛି ଦିନ ପୂର୍ବରୁ ଫିଲ୍ମର ଚାରିଜଣ ସଦସ୍ୟ କରୋନା ଜୀବାଣୁ ସଂକ୍ରମିତ ହେବା ପରେ ସେ ନିଜକୁ ଅଲଗା କରି ରଖିଥିଲେ। ତେବେ ପରେ ତାଙ୍କ କରୋନା ରିପୋର୍ଟରେ ଏହି ସଂକ୍ରମଣ ମିଳି ନଥିଲା। ସୂଚନାଯୋଗ୍ୟ, ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରଜନୀକାନ୍ତ ତାଙ୍କ ରାଜନୈତିକ ଦଳ ବିଷୟରେ ସୁଚନା ଦେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories