www.samajalive.in
Sunday, December 14, 2025
16.1 C
Bhubaneswar

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋ ପାଇଲେ ‘ଏକଲବ୍ୟ’ ପୁରସ୍କାର

ଭୁବନେଶ୍ବର: ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ଭାରୋତ୍ତଳକ ସ୍ନେହା ସୋରେନ୍‌ ଏବଂ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ପୁରସ୍କାର ପ୍ରଦାନ କରାଯାଇଛି। ଦୁଇ ଉପବିଜେତାଙ୍କୁ ୫୦ ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଛି। କରୋନା ପାଇଁ ଇମ୍ପାକ୍ଟ ପକ୍ଷରୁ ନିରାଡ଼ମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି।


ଇମ୍ଫା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ ଏକଲବ୍ୟ ପୁରସ୍କାର -୨୦୨୦ ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ପ୍ରଦାନ କରାଯାଇଛି। ରବିବାର ଅନୁଷ୍ଠିତ ଇମ୍ପାକ୍ଟ ପକ୍ଷରୁ ନିରାଡ଼ମ୍ବର ଉତ୍ସବରେ ନମିତା ଟପ୍ପୋଙ୍କୁ ୨୮ତମ ଏକଲବ୍ୟ ପୁରସ୍କାର ବାବଦରେ ୫ଲକ୍ଷ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି। ଆନ୍ତର୍ଜାତୀକ ହକି ପ୍ରତିଯୋଗିତାରେ ଭାରତରୁ ନମିତା ଟପ୍ପୋ ପ୍ରତନିଧ୍ୱତ୍ୱ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଓ ସମ୍ମାନ ଆଣିଛନ୍ତି। ଭାରତ ପାଇଁ ୧୫୬ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିସାରିଥିବା ନମିତା ୨୦୧୪ ଇଞ୍ଚିଅନ୍‌ ଏସୀୟ କ୍ରୀଡ଼ା କାଂସ୍ୟ, ୨୦୧୭ରେ ଗିଫୁ ଏସିଆନ୍‌ କପ୍‌ ସ୍ୱର୍ଣ୍ଣ, ୨୦୧୮ରେ ଜାକର୍ତା ଏସୀୟ କ୍ରୀଡ଼ା ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ।

- Advertisement -

ସେହିପରି ଦୁଇ ଉଦୀୟମାନ ପ୍ରତିଭା ଅନ୍ତର୍ଜାତୀୟ ଭାରୋତ୍ତୋଳନକାରୀ ସ୍ନେହା ସୋରେନ୍‌ ଓ ବ୍ୟାଡ୍‌ମିଣ୍ଟନ ଖେଳାଳୀ ଋତୁପର୍ଣ୍ଣା ପଣ୍ଡାଙ୍କୁ ଉପବିଜେତା ଭାବେ ୫୦ହଜାର ଟଙ୍କା ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି।

ଇଣ୍ଟରନେଟ୍ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଲୋକସଭାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୮ତମ ଏକଲବ୍ୟ ପୁରସ୍କାର ବିଜେତା ନମିତା ଟପ୍ପୋ ଓ ମାନପତ୍ର ବିଜେତା ସ୍ନେହା ସୋରେନ ଓ ୠତପର୍ଣ୍ଣା ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତରେ ଅଧିକ ସଫଳତାର କାମନା କରିଥିଲେ। ସେ କହିଥିଲେ ଯେ ଓଡିଶାର କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହନ ଦେବାର ଏହି ଦୀର୍ଘଯାତ୍ରା ଆଗକୁ ମଧ୍ୟ ଜାରି ରହିବ।


ସୂଚନାଯୋଗ୍ୟ ଯେ ଇମ୍ପା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ତରଫରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର-୨୦୨୦ ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର। ଯାହାର ବିଜେତାଙ୍କୁ ନଗଦ ପୁରସ୍କାର ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଦୁଇଗୋଟି ଉପବିଜେତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି, ଯାହାର ପୁରସ୍କାର ରାଶି ୫୦ ହଜାର ଟଙ୍କା ଲେଖାଏଁ ରହିଛି।


ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଗ୍ରୁପ୍‌ ଦ୍ବାରା ପରିଚାଳିତ ଇଣ୍ଡିଆନ ପବ୍ଲିକ ଚାରିଟେବଲ ଟ୍ରଷ୍ଟ)ଇମ୍ପାକ୍ଟ) ଦ୍ବାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଯୁବ ଓଡ଼ିଆ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୟମାନ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯାହା ଫଳରେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ ବୋଲି ଇମ୍ଫା ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories