www.samajalive.in
Saturday, December 6, 2025
14.1 C
Bhubaneswar

ଝିଅର ବିବାହରେ ଝୁମିଲେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ : ସୁପରଷ୍ଟାର ରଜନିକାନ୍ତଙ୍‍କ ଝିଅ ସୌନ୍ଦର୍ଯ୍ୟା ରଜନୀକାନ୍ତ ସୋମାବାର ବିଶଗନ ୱଙ୍ଗାମୁଡିଙ୍କ ସହ ନିଜର ଦ୍ୱିତୀୟ ବିବାହ କରିଛନ୍ତି। ପାରମ୍ପରିକ ରୀତିନୀତିରେ ଏହି ବିବାହ ହୋଇଥିଲା। ରଜନୀକାନ୍ତ ଏହି ବିବାହ ପାଇଁ ବହୁ ନେତା ଓ ଅଭିନେତା ମାନଙ୍କୁ ବିବାହ ନିମନ୍ତ୍ରଣ ପତ୍ର ଦେବାକୁ ଯାଇଥିଲେ। ବିବାହ ପୂର୍ବରୁ ଆୟୋଜିତ ପାର୍ଟିରେ ରଜନୀକାନ୍ତ ନାଚୁଥିବା ଦେଖିବାକୁ ମିଳିଥିଲା। ଏହି ଡ୍ୟାନ୍ସ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ନୀଳ ରଙ୍ଗର କୁର୍ତ୍ତାରେ ରଜନୀକାନ୍ତ ଛୋଟ ପିଲାମାନଙ୍କ ସହ ନାଚୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହି ବିବାହରେ ଅଭିନେତା କମଲ ହାସନ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ୍ଡାପଡି କେ. ପଲାନିସ୍ୱାମୀ ପ୍ରମୁଖ ଯୋଗ ଦେଇଥିଲେ। ରଜନୀକାନ୍ତ ଝିଅ ସୌନ୍ଦର୍ଯ୍ୟାଙ୍କ ଏହା ଦ୍ୱିତୀୟ ବିବାହ, ସୌନ୍ଦର୍ଯ୍ୟାଙ୍କ ଏହ ପୁଅ ମଧ୍ୟ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories