www.samajalive.in
Saturday, December 13, 2025
26.1 C
Bhubaneswar

ଦକ୍ଷତା ବିକାଶ ମନ୍ତ୍ରଣାଳୟ ଦ୍ୱାରା ରାଜପଥ ପ୍ରକଳ୍ପରେ ୮୨ ହଜାର ଶ୍ରମିକଙ୍କୁ ପ୍ରଶିକ୍ଷଣ

ନୂଆଦିଲ୍ଲୀ: ରାଜପଥ କ୍ଷେତ୍ରରେ ନିର୍ମାଣ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଦକ୍ଷତା ବିକାଶ କାର୍ୟ୍ୟକ୍ରମ ଆରମ୍ଭ କରିଛି । Recognition of Prior Learning ଯୋଜନାରେ ଏହି ପ୍ରଶିକ୍ଷଣ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଲାଗୁ କରାଯାଇଥିବା ଏହି ଯୋଜନାର ମଧ୍ୟ ନିୟମାବଳୀ ପ୍ରକାଶ ପାଇଛି । ନିୟମାବଳୀ ଅନୁଯାୟୀ ୧୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର ରାଜପଥ ପ୍ରକଳ୍ପରେ ନିୟୋଜିତ ହେବାକୁ ଥିବା ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏ ପର୍ୟ୍ୟନ୍ତ ୯୫ ହଜାର ଶ୍ରମିକ ଏହି ପ୍ରଶିକ୍ଷଣ ଯୋଜନା ପାଇଁ ପଞ୍ଜିକୃତ ହୋଇଥିବା ବେଳେ ୮୨ ହଜାର ଶ୍ରମିକଙ୍କୁ ୬ ଟି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories