www.samajalive.in
Saturday, December 6, 2025
16.1 C
Bhubaneswar

ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଲୋକସଭାରେ ଗୃହିତ

ନୂଆଦିଲ୍ଲୀ : ୨୦୧୯-୨୦ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଲୋକସଭାରେ ଗୃହିତ ହୋଇଛି । ଦୀର୍ଘ ସମୟ ବିତର୍କ ପରେ ଏହା ଧ୍ବନିମତରେ ଗୃହିତ ହୋଇଛି ।
ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରଠାରୁ ଦେଶ ବିକାଶ ପଥରେ ଅଗ୍ରସର ହେଉଛି ବୋଲି ମତବ୍ୟକ୍ତ କରିଥିଲେ। ଏନ୍‍ଡିଏ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁ ସମାଜର ପ୍ରତ୍ୟେକ କ୍ଷେତ୍ରର ବିକାଶ ସମ୍ଭବ ହୋଇ ପାରିଛି। ସେ ସରକାରଙ୍କ ବିଭିନ୍ନ ସଫଳତା ବିଷୟରେ ଆଲୋକପାତ କରିଥିଲେ। ଏନ୍‍ଡିଏ ସରକାର ଆର୍ଥିକ ନିଅଣ୍ଟ ପରିମାଣକୁ ୩.୪ ପ୍ରତିଶତକୁ ହ୍ରାସ କରିପାରିଛନ୍ତି ବୋଲି ଶ୍ରୀ ଗୋୟଲ କହିଛନ୍ତି। ଏହା ପରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ଧ୍ବନିମତରେ ଗୃହିତ ହୋଇଛି।
ପୂର୍ବରୁ ବିତର୍କରେ ଅଂଶଗ୍ରହଣ କରି ଏଆଇଏଡିଏମକେର ଏମ୍‍. ଥମ୍ବିଦୁରାଇ କହିଥିଲେ, କୃଷକମାନଙ୍କ ପାଇଁ ବଜେଟ୍‍ରେ ଘୋଷଣା କରାଯାଇଥିବା ଆର୍ଥିକ ସହାୟତାର ମାତ୍ରା ଅତି କମ୍‍ ଓ ବଜେଟ୍‍ରେ ଦେଶରେ ନିଯୁକ୍ତି ସୃଷ୍ଟି ଉପରେ କିଛି କୁହାଯାଇ ନାହିଁ। କଂଗ୍ରେସର ଏମ୍‍. ବୀରାପ୍ପା ମୋଇଲି କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ରପାଇଁ ବଜେଟ୍‍ ଅର୍ଥ ପୂର୍ବ ବର୍ଷ ତୁଳନାରେ କମ୍‍ ରହିଛି । ସେ କହିଛନ୍ତି, ବର୍ତ୍ତମାନର ସରକାରଙ୍କ ଅମଳରେ ବେକାରୀ ବୃଦ୍ଧି ପାଇଚାଲିଛି, ଯାହାକି ଏକ ଚିନ୍ତାର ବିଷୟ। ବିତର୍କରେ ଅଂଶଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି, ଏନ୍‍ଡିଏ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଭାରତ ବିଶ୍ୱର ସବୁଠୁ ଦ୍ରୁତ ବିକାଶୋନ୍ମୁଖୀ ଦେଶରେ ପରିଣତ ହୋଇଛି। ପୂର୍ବର ୟୁପିଏ ସରକାର ଦେଶକୁ ଦରିଦ୍ର କରି ଚାଲିଯାଇଥିବାର ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ପୁନର୍ବାର ବିକାଶ ପଥରେ ଆଗେଇ ଚାଲିଥିବାର ସେ କହଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories