www.samajalive.in
Monday, December 15, 2025
26.1 C
Bhubaneswar

ରାଜନାଥ-ଋଷି ଆଲୋଚନା, ବିଶ୍ୱ ଶୃଙ୍ଖଳାକୁ ମଜବୁତ କରିବା ଉପରେ ଗୁରୁତ୍ୱ

ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା, ସୁରକ୍ଷା ଏବଂ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଲଣ୍ଡନରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ୧୦ ଡାଉନିଂ ଷ୍ଟ୍ରିଟରେ ହୋଇଥିବା ବୈଠକରେ ଦୁଇ ନେତା ଆଲୋଚନା କରିଥିଲେ ଯେ କିପରି ଉଭୟ ଦେଶ ଏକ ଶାନ୍ତିପୂର୍ଣ୍ଣ ତଥା ସ୍ଥିର ବିଶ୍ୱସ୍ତରୀୟ ନିୟମ-ଆଧାରିତ କ୍ରମକୁ ମଜବୁତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିପାରିବେ। ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ଯେ ଐତିହାସିକ ସମ୍ପର୍କକୁ ଏକ ଆଧୁନିକ, ବହୁ ସ୍ତରୀୟ ଏବଂ ପାରସ୍ପରିକ ଲାଭଦାୟକ ଭାଗିଦାରୀରେ ପରିଣତ କରିବା ପାଇଁ ଦୁଇ ଦେଶ ମହତ୍ୱପୂର୍ଣ୍ଣ ଉଦ୍ୟମ କରିଛନ୍ତି। ମିଳିତ ସାମରିକ ଅଭ୍ୟାସ, ତାଲିମ, ଦକ୍ଷତା ବୃଦ୍ଧି ଏବଂ ବିଶେଷକରି ସାମୁଦ୍ରିକ ଅଂଚଳରେ ଦୁଇ ଦେଶର ସେନା ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଶ୍ରୀ ସିଂ ଗୁରୁତ୍ୱାରୋପ କରିଛନ୍ତି।

ବ୍ରିଟେନର ପ୍ରତିରକ୍ଷା ଶିଳ୍ପ ସହିତ ସକରାତ୍ମକ ଆଲୋଚନା ଏବଂ ଆମର ପାରସ୍ପରିକ ପ୍ରତିରକ୍ଷା ସମ୍ପର୍କର ନୂତନ ସକରାତ୍ମକ ଆଭିମୁଖ୍ୟ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ସୁନାକଙ୍କୁ ସୂଚନା ଦେଇଛନ୍ତି। ଶ୍ରୀ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଏକବିଂଶ ଶତାବ୍ଦୀର ମଧ୍ୟଭାଗରେ ଭାରତ ଏକ ବିକଶିତ ଅର୍ଥନୀତି ହେବା ପଥରେ ଗତି କରୁଛି। ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ନିୟମ ଆଧାରିତ ବିଶ୍ୱ ଶୃଙ୍ଖଳାକୁ ମଜବୁତ କରିବା ପାଇଁ ବ୍ରିଟେନ ଭଳି ବନ୍ଧୁମାନଙ୍କ ସହ ଭାଗ ନେବାକୁ ଭାରତ ସରକାର ପ୍ରସ୍ତୁତ ଅଛନ୍ତି।

- Advertisement -

ମନ୍ତ୍ରଣାଳୟ ଅନୁଯାୟୀ, ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏବଂ ବ୍ରିଟେନର ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ସୁନାକ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସମ୍ପୂର୍ଣ୍ଣ ସହମତ ହୋଇଛନ୍ତି। ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଚାଲିଥିବା ଆଲୋଚନା ଶୀଘ୍ର ସିଦ୍ଧାନ୍ତରେ ପହଞ୍ଚିବ ବୋଲି ଶ୍ରୀ ସୁନାକ ଆଶା ପ୍ରକଟ କରିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories