www.samajalive.in
Friday, December 12, 2025
14.1 C
Bhubaneswar

ଗୋପାଳପୁରରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

ଗୋପାଳପୁର: ଗଞ୍ଜାମ ଓ ଗଜପତି ଜିଲା ଗସ୍ତ ରେ ଆସି ଗୋପାଳପୁର ଠାରେ ରାତ୍ରୀ ଯାପନ କରିଥିବା ରାଜ୍ୟପାଳ ରଘୁବର ଦାସ ଆଜି ଗୋପାଳପୁରର ମତ୍ସ୍ୟଜୀବୀ ଙ୍କ ସହ ସେମାନଙ୍କ ଜୀବନଜୀବିକା ଓ ଅନ୍ୟାନ୍ୟ ଅଭାବ ଅସୁବିଧା ନେଇ ଆଲୋଚନା କରିଥିଲେ। ଏହାପରେ ରାଜ୍ୟପାଳ ନିଜେ ମୁହାଣ ଅଞ୍ଚଳକୁ ଯାଇ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ।
ସର୍କିଟ ହାଉସ୍ ପରିସରରେ ମତ୍ସ୍ୟଜୀବୀ ସମେତ ସେମାନଙ୍କ ନେତାଙ୍କ ସହ ଗୋପାଳପୁରରେ ଅବସ୍ଥାନ କରୁଥିବା ମତ୍ସ୍ୟଜୀବୀ ମାନେ ବିଭିନ୍ନ ସମୟରେ ଭୋଗୁଥିବା ସମସ୍ୟା ନେଇ ଆଲୋଚନା କରିଥିଲେ। ଏହି ଅବସରରେ ମତ୍ସ୍ୟଜୀବୀ ମାନେ ମାଛଧରିବା,ମାଛ ବିକ୍ରୀ ସହ ଅନ୍ୟାନ୍ୟ ସରକାରୀ ସହାୟତାରୁ ବଞ୍ଚିତ ରହୁଥିବା ଅବଗତ କରାଇଥିଲେ। ବିଶେଷ କରି ଗୋପାଳପୁର ସମୁଦ୍ର କୁ ସଂଯୋଗ କରୁଥିବା ନଦୀ ମୁହାଣକୁ ସବୁ ଦିନିଆ ମୁହାଣ କରିବାକୁ ମତ୍ସ୍ୟଜୀବୀ ମାନେ ଦୀର୍ଘ ବର୍ଷ ଧରି ଦାବି ଜଣାଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ନିର୍ମାଣ  କାର୍ଯ୍ୟକୁ ତ୍ବରାନ୍ବୀତ ପାଇଁ ପଦକ୍ଷେପ ନେଉନାହାନ୍ତି।
ଫଳରେ ଏଠାରେ ମାଛ ଧରୁଥିବା ପ୍ରାୟ ୧୦୦ ଡଙ୍ଗାକୁ ପ୍ରତିଦିନ ଲୋକଙ୍କ ସହାୟତାରେ ନଦୀ ପଠାରୁ ସମୁଦ୍ର ଜଳରାଶି ପର୍ଯ୍ୟନ୍ତ ନେବାକୁ ପଡ଼ିଥାଏ ବୋଲି ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏଥି ସହ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ଗୋପାଳପୁର ଗସ୍ତ ସମୟରେ ୮୪ କୋଟି ବିନିମୟ ରେ ମୁହାଣ କାମ ତୁରନ୍ତ ଆରମ୍ଭ ହେବ ବୋଲି ବୋଲି କହିଥିଲେ ସୁଦ୍ଧା ଆଜି ଯାଏଁ କିଛି ହୋଇନଥିବା ମଧ୍ୟ ମତ୍ସ୍ୟଜୀବୀମାନେ ରାଜ୍ୟପାଳ ଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଜେପି ନଗର ସଭାପତି ପଞ୍ଚୁ ବେହେରା, କାଉନସିଲର କେ କାଲେସୁ, ବି ରାମାରାଓ, ପି,ସାତ୍ୟଲୁ, ଜି ନାରାୟଣା, ବି.ଗୋପାଳ ସମେତ ଅନ୍ୟ ମତ୍ସ୍ୟଜୀବୀମାନେ ଉପସ୍ଥିତ ରହିଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories