www.samajalive.in
Friday, December 12, 2025
14.1 C
Bhubaneswar

ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ଜାନୁଆରୀ ୧୨ରେ ଜାତୀୟ ଯୁବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ନାଶିକରେ ଜାତୀୟ ଯୁବ ମହୋତ୍ସବର ଉଦଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ଯୁବକମାନଙ୍କୁ ସମ୍ବୋଧିତ କରିବେ। ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ଏବଂ ଆଦର୍ଶକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜାତୀୟ ଯୁବ ଦିବସ ପାଳନ କରାଯାଏ।

ଚଳିତ ବର୍ଷ ଜାତୀୟ ଯୁବ ଦିବସ ଅବସରରେ ଯୁବ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ ୟୁନିଟ୍ ସମଗ୍ର ଦେଶରେ ଜିଲ୍ଲା ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବେ। ପ୍ରମୁଖ ସହର ଏବଂ ଦେଶର ସାତ ଶହ ପଚାଶ ଜିଲ୍ଲା ମୁଖ୍ୟାଳୟରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ।

- Advertisement -

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ଯୁଗ୍ମ ସଚିବ ନୀତୀଶ କୁମାର ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଚଳିତ ବର୍ଷ ଜାତୀୟ ଯୁବ ମହୋତ୍ସବର ବିଷୟବସ୍ତୁ ହେଉଛି “ମୋ ଭାରତ-ବିକଶିତ ଭାରତ @ ୨୦୪୭-ଯୁବକମାନଙ୍କ ଦ୍ୱାରା-ଯୁବକମାନଙ୍କ ପାଇଁ”। ଯୁଗ୍ମ ସଚିବ କହିଛନ୍ତି ଯେ ଏହି ସମୟ ମଧ୍ୟରେ ବିଭିନ୍ନ ରାଜ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ସାଂସ୍କୃତିକ ଐତିହ୍ୟର ବିବିଧତା ପ୍ରଦର୍ଶନ କରିବେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories