www.samajalive.in
Saturday, December 6, 2025
26.1 C
Bhubaneswar

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ; ସୀମା ବିବାଦ ପରେ ପ୍ରଥମ ମନ୍ତ୍ରିସ୍ତରୀୟ ଆଲୋଚନା

ରୁଷଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗ୍ହଙ୍କ ମଧ୍ୟରେ ମସ୍କୋରେ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ସାଂଘାଇ ସହଯୋଗ ସମିତି ବୈଠକରେ ଯୋଗଦେବା ଅବସରରେ ଚୀନ ପକ୍ଷରୁ ଦ୍ବିପାକ୍ଷିକ ଆଲୋଚନା ନିମନ୍ତେ ଆଗ୍ରହ ପ୍ରକାଶ କରାଯାଇଥିଲା । ଏହାପରେ ଏହି ବୈଠକ ଆରମ୍ଭ ହୋଇଛି । ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଦୁଇଦେଶର ମନ୍ତ୍ରୀସ୍ତରରେ ଆଲୋଚନା ଅନୁଷ୍ଠିତ ହୋଇଛି ।

- Advertisement -

ଏହା ପୂର୍ବରୁ ରାଜନାଥ ସିଂହ ମସ୍କୋରେ ଏସସିଓ-ସିଏମଟିଓ, ସିଆଇଏସ୍ ସଦସ୍ୟଙ୍କ ମିଳିତ ବୈଠକରେ ସମ୍ବୋଧିତ କରିଥିଲେ । ସେ କହିଥିଲେ ସାଂଘାଇ ସହଯୋଗ ସଙ୍ଗଠନ ଅଞ୍ଚଳରେ ସୁରକ୍ଷା, ସ୍ଥିରତା ନିମନ୍ତେ ପରସ୍ପର ପ୍ରତି ଭରସା, ଅଣ ଆକ୍ରମଣାତ୍ମକ ମନୋଭାବ, ଆନ୍ତର୍ଜାତିକ ନିୟମର ସମ୍ମାନ ଓ ମତଭେଦକୁ ଶାନ୍ତିପୂର୍ଣ୍ଣ ସମାଧାନ କରାଯିବା ଅତ୍ୟନ୍ତ ଅପରିହାର୍ଯ୍ୟ।

ଭାରତ ଆନ୍ତର୍ଜାତିକ ନିରାପତ୍ତାର ବିକାଶ ନିମନ୍ତେ ପ୍ରତିବଦ୍ଧତା ପ୍ରଦର୍ଶନ କରି ଆସିଛି । ଆତଙ୍କବାଦ, ନିଶା ତସ୍କରୀ ପରି ବିପଦକୁ ମୁକାବିଲା ନିମନ୍ତେ ମିଳିତ ସହଯୋଗର ଆବଶ୍ୟକତା ରହିଛି । ସମସ୍ତଙ୍କ ବିକାଶ ଓ ସୁରକ୍ଷା ଆମର ପ୍ରାଥମିକତା । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସାଂଘାଇ ସଂଯୋଗ ସଙ୍ଗଠନର ଆଣ୍ଟି ଟେରରିଜିମ୍ ଷ୍ଟ୍ରକଚର (ଆରଏଟିଏସ୍)ର କାର୍ଯ୍ୟର ପ୍ରଶଂସା କରିଛନ୍ତି । ସାଇବର ଅପରାଧ ଓ ଆତଙ୍କବାଦ ରୋକିବା କ୍ଷେତ୍ରରେ ଏହି ସଂସ୍ଥା ବେଶ ଭଲ କାମ କରୁଛି ବୋଲି ସେ କହିଥିଲେ । ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ପାରସ୍ୟ ଉପସାଗର ଅଞ୍ଚଳର ସ୍ଥିତି ଓ ଆଫଗାନିସ୍ଥାନରେ ସାମ୍ପ୍ରତିକ ବ୍ୟବସ୍ଥାକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ସେ କହିଥିଲେ ଶାନ୍ତି ପ୍ରକ୍ରିୟାକୁ ଭାରତ ସବୁବେଳେ ସମ୍ମାନ ଦେଇ ଆସିଛି ଏବଂ ଆଫଗାନିସ୍ଥାନରେ ଶାନ୍ତି ବଜାୟ ରହିବା ଭାରତ ଚାହେଁ । ଏହା ପୂର୍ବରୁ ରାଜନାଥ ସିଂହ ରୁଷ ପ୍ରତିରକ୍ଷା ମନ୍ତ୍ରୀ ସରଗେ ଶୋଇଗୁଙ୍କ ସହ ଆଲୋଚନା କରିଥିଲେ । ଆଲୋଚନାକାଳରେ ରୁଷ ପାକିସ୍ଥାନକୁ କୌଣସି ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ ବୋଲି ପୂର୍ବରୁ ନିଜର ନୀତିରେ ଅଟଳ ରହିଛି ଏବଂ ଭାରତ ଏଥିନିମନ୍ତେ ଆଶ୍ବସ୍ତ ରହିବାକୁ ସରଗେ ଶୋଇଗୁ କହିଥିଲେ ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories