www.samajalive.in
Saturday, December 6, 2025
26.1 C
Bhubaneswar

ଅସାବଧାନତା ନେଲା ଜୀବନ, ଦଶଚକିଆ ଟ୍ରକ୍‌ରେ ପଛରେ ପିଟି ହେଲା ବାଇକ

କେଶଦୁରାପାଳ: ଘଷିପୁରା ଥାନା ଅନ୍ତର୍ଗତ ଏନ ଏଚ୨୦ ଖପରାଖାଇ ଛକ ନିକଟରେ ଗୋଟିଏ ଦଶ ଚକିଆ ଗାଡି ଠିଆ ହୋଇଥିବା ବେଳେ ଜଣେ ବାଇକ ଆରୋହୀ ଧକ୍କା ଦେବାରୁ ଫଳ ରେ ବାଇକ ଆରୋହୀ ଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଜଣକ ଘଷିପୁରା ଥାନା ଅନ୍ତର୍ଗତ ପୁରୁଣିଆ ଗ୍ରାମର ଅଜିତ କୁମାର ବଳ (୫୦) ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଅଜିତ ବାଇକରେ ସଇଲଙ୍ଗ ଛକରୁ ଖପରାଖାଇ ଆଡ଼େ ଯାଉଥିବା ବେଳେ କୈଣସି କାରଣରୁ ଅସାବଧାନତା ରୁ ଖପରାଖାଇ ଛକ ନିକଟରେ ଠିଆ ହୋଇଥିବା ଦଶ ଚକିଆ ଗାଡି ରେ ଅଜିତ ଙ୍କ ବାଇକ ବାଡ଼େଇ ହୋଇ ଯାଇଥିଲା। ସ୍ଥାନୀୟ ଲୋକ ଦମକଳ ବାହିନୀ ଦ୍ବାରା ଅଜିତ କୁ ଆନନ୍ଦପୁର ଡାକ୍ତରଖାନା କୁ ପଠାଇଥିବା ବେଳେ ସେଠାରେ ଡାକ୍ତର ଅଜିତର ମୃତ୍ୟୁ ଘୋଷଣା କରିଥିବା ଜଣାପଡିଛି। ଘଷିପୁରା ପୁଲିସ ପହଞ୍ଚି ଶବ୍ କୁ ଜବତ୍ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି। ସଂନ୍ଧ୍ୟା ହୋଇ ଯିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ଜଣାପଡ଼ିଛି।
ସେହିପରି ସ୍କୁଟି ସହ ବାଇକ ଧକା ହେବା ଫଳରେ ରେ ୩ ଜଣ ବାଇକ୍ ଆରୋହୀ ଆନନ୍ଦପୁରଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୁଚନା ରୁ ଜଣାଯାଏ ଆଗର ପଡ଼ା ଗ୍ରାମର ଜଗନାଥ ବେହେରା (୨୪), ରଞ୍ଜନ କୁମାର ବେହେରା, କୁ ନା ନାଇକ ଏକ ବାଇକ୍ ଯୋଗେ ଗଡ଼ଚଣ୍ଡି ବୁଲିବାକୁ ଆସି ଫେରୁଥିବା ବେଳେ ଅସାବଧାନତା ରୁ ହଠାତ୍ ଏକ ହମ୍ପସ ଉପରେ ଚଢିଯାଇଥିଲା ଫଳରେ ଘଟଣାସ୍ଥଳରେ ଆରୋହୀ ଗୁରୁତର ହୋଇ ଥିଲେ। ସ୍ଥାନୀୟ ଗ୍ରାମବାସୀ ଙ୍କ ଦ୍ଵାରା ସେମାନ ଙ୍କୁ ଆନନ୍ଦପୁରଡାକ୍ତରଖାନାକୁ ଅଣାଯାଇ ଥିବା ବେଳେ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଆଜି ଅଟେ। ଧକ୍କାରେ ବୃଦ୍ଧ ଗୁରୁତର ହୋଇ ଆନନ୍ଦପୁରଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସୁଚନା ରୁ ଜଣାଯାଏ ପଂକି ର ପୁର ଗ୍ରାମର କାଶିନାଥ ମହାଳିକ (୫୪), ଆନଯ ପୁରର ମୁନିସିପାଲ୍ଟି କୁ ଆସି ଫେରୁଥିବା ବେଳେ ଅସାବଧାନତା ରୁ ହଠାତ୍ ଏକ ଅଟୋକାଶିନାଥ କୁ ଧକା ଦେଇଥିଲା ଫଳରେ କାଶିନାଥ ଗୁରୁତର ଆହାତ ହୋଇ ଥିଲେ। ସ୍ଥାନୀୟ ଲୋକ ମାନେକାଶିନାଥ ଙ୍କୁ ଦମକଳ ଯୋଗେ ଆନନ୍ଦପୁରଡାକ୍ତରଖାନାକୁ ଅଣାଯାଇ ଥିବା ବେଳେ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories