www.samajalive.in
Saturday, December 6, 2025
19.1 C
Bhubaneswar

ଦୁର୍ଗମ ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା, ଚାରି କିଲୋମିଟର ବେଡ଼ସିଟ ଭାରରେ ବୁହା ହେଲେ ଗର୍ଭବତୀ, ଚାଲିଗଲା ନବଜାତକର ଜୀବନ

ଚିତ୍ରକୋଣ୍ଡା:ଏବେବି ଦୁର୍ଗମ ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ୱାସ୍ଥ୍ୟ ସେବା,ଜିଲା ସ୍ୱାସ୍ଥ୍ୟ ବିଭାଗ ତଥା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେ ବହୁ ଯୋଜନା ଚାଲି ଆସୁଥିଲେ ମଧ୍ୟ ଏହି ଦୁର୍ଗମ ଇଲାକାର ଲୋକଙ୍କ ପାଖରେ ପହଞ୍ଚି ପାରୁନି ଉପଯୁକ୍ତ ସଚେତନତାର ବାର୍ତ୍ତା ଓ ବିଭିନ୍ନ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶ, ଏଇଭଳି ଏକ ଅଭାବନିୟ ଘଟଣା ଘଟିଛି ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଦୁର୍ଗମ ପାହାଡି ଉପାନ୍ତ ଇଲାକା ଭାବେ ପରିଚିତ କପାତୁଟି ପଞ୍ଚାୟତ ଅନ୍ତର୍ଭୁକ୍ତ ତିଆଲୁମା ଗ୍ରାମରେ।

ଏହି ଗ୍ରାମର ମାରଗେଲ ଆମୟାଙ୍କ ପତ୍ନୀ ମାରଗେଲ ଲଛମି ଗର୍ଭବତୀ ଥିଲେ। ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ଉକ୍ତ ଅଞ୍ଚଳକୁ ରାସ୍ତା ଘାଟ ମଧ୍ୟ ନଥିଲା କେବଳ କେବଳ ଛୋଟ ଛୋଟ ଝରଣା ସହିତ ଦୁର୍ଗମ ପାହାଡି ପାଦ ଚଲା ରାସ୍ତା ଥିଲା ଯେଉଁଠିକୁ ଗାଡି ଡାକିଆଣି ମେଡିକାଲ କୁ ଆଣିବା ସମ୍ଭବ ନଥିଲା ତେଣେ ଲୋକ ମାନେ ମଧ୍ୟ ଓଡ଼ିଆ କଥା ବୁଝନ୍ତି ନାହିଁ ଦୋରା ତେଲୁଗୁ ଭାଷା କଥାବାର୍ତ୍ତା କରିଥାନ୍ତି,ବଡ କଷ୍ଟରେ ଗ୍ରାମର ଲୋକ ମୋବାଇଲ ଟାୱାର କୁ ଆସି ଆମ୍ବୁଲାନ୍ସ କୁ ଲଗାଇ ଡାକିଥିଲେ ମଧ୍ୟ ରାସ୍ତା ନଥିବାରୁ ଉକ୍ତ ସ୍ଥାନରେ ଆମ୍ବୁଲାନ୍ସ ଯାଇ ନପାରି କପାତୁଟି ରେ ଜଗି ରହିଥିଲା ଅଧିକରୁ ଅଧିକ ଗର୍ଭ ଯନ୍ତ୍ରଣା ବଢ଼ିବାରେ ଲାଗିଥିବାରୁ ପରିବାର ଲୋକେ ଓ ପଡୋଶୀ ନିରୁପାୟ ହୋଇ ଏହି ପରିସ୍ଥିତି ରେ ତିଆଲୁମାମୁଡି ରୁ ବେଡ଼ସିଟ ରେ ଭାର କରି ତିନୋଟି ଗ୍ରାମ ପେଡାଲାଙ୍କା, ମାରିଗୁଡା ଓ ଗମେଣ୍ଟଗୁଡା ଗ୍ରାମ ଦେଇ ୪ କିଲୋମିଟର ଗର୍ଭବତୀ ମହିଳା ଙ୍କୁ ଭାରରେ ବୋହି କପାତୁଟି ପହଂଚି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାପୁ ଲୁର ପେଟାଲ ମେଡିକାଲ କୁ ଯାଇଥିଲେ ଗର୍ଭବତୀ ମହିଳା ଗୁରୁତର ଥିବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଲୟ କୁ ଆଣିଥିଲେ ସେଠି ପିଲାଟିକୁ ପ୍ରଶବ କରାଯାଇଥିଲା ମାଆଟି ବଞ୍ଚି ଯାଇଥିବାବେଳେ ନବଜାତକ ନୁଆ ଦୁନିଆ ଦେଖିବା ଆଗରୁ ମରିଯାଇଥିଲା। ଏଇଭଳି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା, ସ୍ୱାସ୍ଥ୍ୟ ସଚେତନତା ଓ ପରାମର୍ଶ ଅଭାବରୁ ବହୁ ବାର ଦୁର୍ଗମ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories