www.samajalive.in
Monday, December 15, 2025
26.1 C
Bhubaneswar

ଚୀନ ସହିତ ଆଲୋଚନାରୁ କୌଣସି ସୁଫଳ ମିଳିନାହିଁ: ରାଜନାଥ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)କୁ ନେଇ ଗତ ମେ ମାସରେ ଆରମ୍ଭ ହୋଇଥିବା ବିବାଦ ଏବେ ବି ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଲାଣି, କିନ୍ତୁ ଏହା ଫଳପ୍ରଦ ହୋଇନାହିଁ। ଏହା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର କହିଛନ୍ତି, ଏଲଏସିରେ ଚାଲିଥିବା ବିବାଦର ସମାଧାନ ଲାଗି ଚୀନ ସହିତ କୁଟନୈତିକ ଏବଂ ସୈନ୍ୟ ସ୍ତରରେ ଅନେକ ଥର କଥାବାର୍ତ୍ତା ହୋଇସାରିଛି। କିନ୍ତୁ ଏହାଦ୍ବାରା କୌଣସି ‘ସାର୍ଥକ ସମାଧାନ’ ବାହାରିନାହିଁ। ଏବେ ବି ଉତ୍ତେଜନାପୂର୍ଣ୍ଣ ସ୍ଥିତି ବଜାୟ ରହିଛି।

ଏକ ସାକ୍ଷାତକାରରେ ରାଜନାଥ କହିଛନ୍ତି, ଯଦି ଏଲଏସିର ପୂର୍ବ ଲଦାଖରେ ଯଥାସ୍ଥିତି ବଜାୟ ରୁହେ, ତେବେ ସୈନିକଙ୍କ ମୁତୟନ ହ୍ରାସ କରାଯାଇ ପାରିବ ନାହିଁ। ସେ ଭାରତ-ଚୀନ ସୀମା ପ୍ରସଙ୍ଗରେ ପରାମର୍ଶ ଏବଂ ସମନ୍ବୟ କାର୍ଯ୍ୟତନ୍ତ୍ର (ଡବ୍ଲ୍ୟୁଏମସିସି)ର କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯାହାର ବୈଠକ ଡିସେମ୍ବର ମାସ ଆରମ୍ଭରେ ହୋଇଥିଲା। ଯେକୌଣସି ସମୟରେ ଆଗାମୀ ସୈନ୍ୟ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇପାରେ ବୋଲି ରାଜନାଥ କହିଛନ୍ତି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories