www.samajalive.in
Saturday, December 6, 2025
15.1 C
Bhubaneswar

ରାଜକନିକାରେ ନାହାନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ: ଅଞ୍ଚଳବାସୀଙ୍କ ପାଇଁ ତପନ ସାଜିଛନ୍ତି ଦେବଦୂତ, ପୁଣି ଉଦ୍ଧାର କଲେ ୪ ଫୁଟ୍ ଲମ୍ବର ଅହିରାଜ

ରାଜକନିକା : ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜକନିକା ଅଞ୍ଚଳରେ ପ୍ରତିଦିନ ବିଷଧର ସାପ ବାହାରିବା ସହ ଲୋକମାନଙ୍କ ଘରେ ପଶୁଥିବା ଦେଖାଯାଉଛି। ଏହାରି ମଧ୍ୟରେ ଗୁରୁବାର ରାଜକନିକା ବ୍ଲକ୍ କୋଇଲିପୁର ଗ୍ରାମପଞ୍ଚାୟତ ଅଞ୍ଚଳରୁ ଏକ ୪ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, କୋଇଲିପୁର ପଞ୍ଚାୟତର ଘରଭଞ୍ଜାକୋହ୍ଲା ଗ୍ରାମର ରାମଚନ୍ଦ୍ର ସାହୁଙ୍କ ଘର ପାଖରେ ଏକ ବଡ ସାପ ଶୋଇଥିବା ଘର ଲୋକ ଦେଖିଥିଲେ। ଏହା ପରେ ସେମାନେ ସାପକୁ କୌଣସି ଆହାତ ନ ପହଞ୍ଚାଇ ରାଜକନିକା ଅଞ୍ଚଳରେ ସାପ ଧରୁଥିବା ଗାଙ୍ଗପୁର ଗ୍ରାମର ତପନ କୁମାର ଜେନାଙ୍କୁ କଲ୍ କରି ଖବର ଦେଇଥିଲେ। ତପନ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଏତେ ବଡ଼ ସାପକୁ ଦେଖି ଘର ଲୋକ ସାପଟିର କୌଣସି କ୍ଷତି କରି ନ ଥିବାରୁ ତପନ ଧନ୍ୟବାଦ ଦେବା ସହ ଅହିରାଜକୁ ଗାଆଁଠୁ ଦଶ କିଲୋମିଟର ଦୂର ଏକ ପ୍ରାକୃତିକ ଆବାସ ସ୍ଥଳିରେ ଛାଡି ଦେଇଥିଲେ।

- Advertisement -

ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ ରାଜକନିକା ବ୍ଲକ ଗାଙ୍ଗପୁର ଗ୍ରାମରୁ ତପନ ଏକ ବିରଳ ଧଳା ରଙ୍ଗର ଚିତି ସାପ ଉଦ୍ଧାର କରିଥିଲେ। ରାଜକନିକା ଅଞ୍ଚଳରେ ସ୍ନେକ୍ ହେଲ୍ପଲାଇନର କୌଣସି ସଦସ୍ୟ ନ ଥିବାରୁ ତପନ ହିଁ ଅଞ୍ଚଳର ଲୋକଙ୍କ ପାଇଁ ସାହାରା ହୋଇଛନ୍ତି। ରାଜକନିକା ଅଞ୍ଚଳରେ ଯେଉଁଠି ସାପ ବାହାରିଲେ ଲୋକମାନେ ତପନଙ୍କୁ ଉଦ୍ଧାର ପାଇଁ ଡାକନ୍ତି। ତପନ ମଧ୍ୟ ସାପକୁ କୌଣସି ଆଘାତ ନ ପହଞ୍ଚିବା ପାଇଁ ଲୋକଙ୍କୁ ଉପଦେଶ ଦେଇ ସାପ ବାହାରିଥିବା ସ୍ଥାନକୁ ଯାଇ ସୁରକ୍ଷିତ ଭାବେ ସାପକୁ ଉଦ୍ଧାର କରନ୍ତି। ତପନ ସ୍ନେକ୍ ହେଲ୍ପଲାଇନରେ ଯୋଗଦେବାକୁ ଇଛୁକ ଅଛନ୍ତି। ଏଥିପାଇଁ ସେ ମଧ୍ୟ ରାଜ୍ୟ ସ୍ନେକ୍ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ଯୋଗାଯୋଗ କରିଛନ୍ତି। କରୋନା ଲକ୍ ଡାଉନ ପରେ ତପନ ଭୁବନେଶ୍ବର ଆସି ବିଧିବଦ୍ଧ ଭାବେ ସ୍ନେକ ହେଲ୍ପଲାଇନରେ ଯୋଗଦେବା ସହ ସାପ ଉଦ୍ଧାର କରିବାର ଟ୍ରେନିଂ ନେବେ ବୋଲି ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories