www.samajalive.in
Friday, December 5, 2025
20.1 C
Bhubaneswar

ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା

ଆସନ୍ତା ୪ ଦିନ ଯାଏଁ ଅଧିକ ବର୍ଷା ଆଶଙ୍କା ନାହିଁ

- Advertisement -

ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବିଭିନ୍ନ ଜିଲ୍ଲାରେ ନାହିଁ ନ ଥିବା ଅସୁବିଧା ଦେଖାଦେଇଥିବା ବେଳେ କେତେକ ନଦୀରେ ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟର ୩୦ଟି ଜିଲ୍ଲାରେ ବର୍ଷା ହୋଇଛି ଏବଂ ସାରା ରାଜ୍ୟରେ ହାରାହାରି ୫୫.୮ ମିଳି ମିଟର ବର୍ଷା ରେକର୍ଡ କରାଯାଇଛି।

ସେ କହିଛନ୍ତି ଯେ ୬ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ହାରାହାରି ୧୭୭ ମିମି ବର୍ଷା ହୋଇଥିବା ବେଳେ ଦେବଗଡରେ ୧୨୮.୫ ମିମି, ସମ୍ବଲପୁରରେ ୧୧୬.୭ ମିମି, ବୌଦ୍ଧରେ ୧୧୪ ମିମି, ଅନୁଗୁଳରେ ୧୦୭ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ ୯ଟି ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ହୋଇଥିବା ଶ୍ରୀ ଜେନା କହିଛନ୍ତି। ସେହି ଜିଲ୍ଲାଗୁଡ଼ିକ ହେଉଛି କନ୍ଧମାଳ, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ବାଲେଶ୍ୱର, ମୟୁରଭଞ୍ଜ, ଢେଙ୍କାନାଳ ଏବଂ କଳାହାଣ୍ଡି।

ତେବେ ସବୁଠାରୁ ଅଧିକ କେନ୍ଦୁଝର ତେଲକୋଇ ବ୍ଲକରେ ୨୧୫ ମିମି ବର୍ଷା ରେକର୍ଡ କରାଯାଇଥିବା ଏସଆରସି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ହୀରାକୁଦ ଡ୍ୟାମ ମଧ୍ୟକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୪୫ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପାଖାପାଖି ୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ତେବେ ମହାନଦୀରେ ଆସନ୍ତା ୪ ଦିନ ପାଇଁ ୬ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହ ରହିବ ଓ ଆସନ୍ତା ୪ରୁ ୬ଦିନ ସେଭଳି ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ।

ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବା ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶକୀୟ ସତର୍କତା ଗ୍ରହଣ କରାଯାଇଥିବା ଶ୍ରୀ ଜେନା କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories