www.samajalive.in
Saturday, December 6, 2025
14.1 C
Bhubaneswar

ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା କାନ୍ଥ, ଝିଅ ଓ ଜ୍ୱାଇଁ ଗୁରୁତର

ଦେବଗଡ: ଲଗାଣ ବର୍ଷା ଫଳରେ ବାରକୋଟ ବ୍ଲକ ବମ୍ପରଡା ପଞ୍ଚାୟତ ଅନ୍ତର୍ଗତ ନେତ୍ରାବାହାଳ ଗ୍ରାମର ଏକ ଘରର କାନ୍ଥ ଭୁଷୁଡି ପଡ଼ିବାରୁ ଝିଅ କୁମୁଦିନୀ ମହାକୁଳ(୨୪) ଓ ଜ୍ୱାଇଁ (କୁମୁଦିନୀଙ୍କ ସ୍ୱାମୀ) ଦୁଷ୍ମନ୍ତ ମହାକୁଳ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ନେତ୍ରାବାହାଳ ଗ୍ରାମର ସ୍ୱର୍ଗତ ଦୈତାରୀ ମହାକୁଳଙ୍କ ବିଧବା ସ୍ତ୍ରୀ ନଳିନୀ ନିଜର ଝାଟି ମାଟି ଘରେ ଏକାକୀ ରହୁଥିବା ବେଳେ ପ୍ରାୟ ଏକମାସ ପୂର୍ବେ ତାଙ୍କର ସାନଝିଅ କୁମୁଦିନୀ ଓ ଜ୍ୱାଇଁ କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବଡକୁମୁଡ ଗ୍ରାମର ଦୁଷ୍ମନ୍ତ ମହାକୁଳ (୨୬)ସେଠାକୁ ଆସି ରହୁଥିଲେ। ଅନ୍ୟଦିନ ମାନଙ୍କ ଭଳି ଗତକାଲି ରାତ୍ରିରେ ସେମାନେ ଘରେ ଶୋଇଥିବା ବେଳେ ୨ ଦିନ ଧରି ଲଗାଣ ବର୍ଷାଯୋଗୁଁ ପାଣିରେ ବତୁରିଯାଇଥିବା ଘରର ମାଟି କାନ୍ଥଟି ରାତ୍ରି ପ୍ରାୟ ୧ଟା ସମୟରେ ହଠାତ ଭୁଷୂଡି ପଡ଼ିବା ସହ ଘରେ ଶୋଇଥିବା ଦୁଷ୍ମନ୍ତ ଓ ତାଙ୍କ ସ୍ତ୍ରୀ କୁମୁଦିନୀଙ୍କ ଉପରେ ପଡ଼ିଯାଇଥିଲା। ଫଳରେ ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ପଡୋଶୀ ମାନଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯିବା ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟେ ଏବେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories