www.samajalive.in
Saturday, December 6, 2025
14.1 C
Bhubaneswar

ଦୋବଲରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ଜିଲ୍ଲାପାଳ

ଦୋବଲ: ଭଦ୍ରକରେ ଲଗାଣ ବର୍ଷା ଯୋଗୁଁ ଧମାନଗର ବ୍ଲକ ଦୋବଲ ଅଞ୍ଚଳର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୈତରଣୀ ଓ ତାହାର ଶାଖା ଗେଙ୍ଗୁଟି ନଦୀର ସ୍ଥିତି ଉଦବେଗଜନକ ରହିଛି । ଅଧିକ ବର୍ଷା ହେତୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖା ଦେଇଛି । ଧମାନଗର- ଷେଣ୍ଢପୁର ପୂର୍ତ୍ତ ବିଭାଗ ରାସ୍ତା ଦୋବଲ ବଜ଼ାର ଗେଙ୍ଗୁଟି ନଦୀ ଉପରେ ୨ଫୁଟ ରୁ ଉର୍ଦ୍ଧ ବନ୍ୟା ଜଳ ପ୍ରଭାହିତ ହେବାରୁ ଆନ୍ଦପୁର, କାରଦା, ଖାଦିପଦା, ସୋହଡା,ପଧନୀ, ଦଳାଙ୍ଗ ଆଦି ପଞ୍ଚାୟତ, ଧମାନଗରୁ ସମ୍ପୂର୍ଣ୍ଣ ଭାବେ ଯୋଗାଯୁଗ ବିଛିନ୍ନ ହୋଇଛି। ବୈତରଣୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧମାନଗର ଅଞ୍ଚଳରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଭଦ୍ରକ ଜିଲାପାଳ ଦୋବଲ ଅଞ୍ଚଳରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories