www.samajalive.in
Saturday, December 6, 2025
16.1 C
Bhubaneswar

ସ୍କୁଲ ଛାତ ଭୁଶୁଡିବା ଘଟଣା: ୬ପିଲାଙ୍କ ମୃତ୍ୟୁ, ୩୦ ଆହତ

ସମାଜ ଡିଜିଟାଲ ଡେସ୍କ: ରାଜସ୍ଥାନର ଝଲାୱର ଜିଲା ପିପଲଡ ଗାଁରେ ସ୍କୁଲ ଛାତ ପଡି ୬ଜଣ ପିଲାଙ୍କ ଜୀବନ ଯାଇଛି । ପ୍ରବଳ ବର୍ଷା ଯୋଗୁଁ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ ୩୦ଜଣ ପିଲା ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଝଲାୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଶୁକ୍ରବାର ସକାଳ ୮ଟା ସମୟରେ ପିଲାମାନେ ପାଠ ପଢିବା ପାଇଁ ସ୍କୁଲରେ ଉପସ୍ଥିତ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । କୋଠାର ଏକ ବଡ ଅଂଶ ହଠାତ ଭୁଶୁଡି ପଡିବାରୁ ଛାତ ତଳେ ଚାପି ହୋଇଯାଇଥିଲେ ଛାତ୍ରଛାତ୍ରୀ । ଘଟଣା ସ୍ଥଳରେ ଗ୍ରାମବାସୀ ତୁରନ୍ତ ପହଞ୍ଚି ଜେସିବି ମେସିନ ଦ୍ୱାରା ଛାତର ଭଗ୍ନାବିଶେଷକୁ ହଟାଇବାକୁ ପ୍ରୟାସ କରିଥିଲେ । ପରେ ଘଟଣାସ୍ଥଳରେ ପ୍ରଶାସନିକ ଟିମ୍‍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ବର୍ତ୍ତମାନ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଛାତ ତଳେ ଚାପି ହୋଇଥିବା ସମସ୍ତ ଛାତ୍ର ୭ମ ଶ୍ରେଣୀର ବୋଲି ସୂଚନା ମିଳିଛି । ଘଟଣା ନେଇ ଶିକ୍ଷାମନ୍ତ୍ରୀ ମଦନ ଦିଲାୱର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଜିଲା ଶିକ୍ଷା ଅଧିକାରୀ ଓ ଜିଲାପାଳଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories