www.samajalive.in
Saturday, December 6, 2025
23.1 C
Bhubaneswar

ମହାମହିମଙ୍କ ଗରିମାମୟ ତିନି ବର୍ଷ ; ବିପୁଳ ଅର୍ଥ କ’ଣ ହେବ? ଜୀବନଟା ପିଆଜ ପରି..

ଭୁବନେଶ୍ୱର : ରାଷ୍ଟ୍ରପତି ଭାବେ ଦ୍ରୌପଦା ମୁର୍ମୁ ଶପଥ ଗ୍ରହଣ କରିବା ପରେ ସଜ୍ଜନମଣ୍ଡଳୀଙ୍କ ଉପସ୍ଥିତିରେ ଜାତି ଉଦ୍ଦେଶ୍ୟରେ ଯେଉଁ ଉଦବୋଧନ ଦେଇଥିଲେ, ତାହା ଥିଲା ସମସ୍ତଙ୍କ ପାଇଁ ବେଶ ପ୍ରେରଣାଦାୟୀ। ସେ କହିଥିଲେ ଯେ ଏକ ଅଜଣା ଗାଁର ସାଧାରଣ ଆଦିବାସୀ ଘରର ଝିଅ ଆଜି ଦେଶର ସର୍ବୋଚ୍ଚ ପଦରେ ଆସୀନ ହୋଇପାରିଛି। ଏହା ପ୍ରମାଣିତ କରୁଛି ଯେ ଗରିବ ଲୋକ ସ୍ୱପ୍ନ ଦେଖିପାରିବ, ଏହାକୁ ପୂରା ବି କରିପାରିବ। ଏଥି ପାଇଁ ଦେଶର ଗଣତନ୍ତ୍ରର ଶକ୍ତି ବିଷୟରେ ସେ କହିଥିଲେ। ଗଣତନ୍ତ୍ର ପାଇଁ ସେ ପ୍ରଥମେ ୱାର୍ଡ କାଉନସିଲର ହୋଇ ଏତେ ବାଟ ଆସିପାରିଛନ୍ତି କହିଥିଲେ। ସେ ମଧ୍ୟ ସନ୍ଥ କବି ଭୀମ ଭୋଇଙ୍କ ବାଣୀ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ ବିଷୟରେ କହି ସମସ୍ତେ ସେବାପରାୟଣ ହେବାକୁ ପରାମର୍ଶ ଦେଇଥିଲେ। ଆସନ୍ତାକାଲି କାରଗିଲ ବିଜୟ ଦିବସ ଅଛି କହି ବୀର ଯବାନଙ୍କୁ ସମ୍ମାନ ଜଣାଇବା ସହ ମୁକ୍ତି ସଂଗ୍ରାମରେ ଆଦିବାସୀ ବୀର ଭଗବାନ ବିର୍ସା ମୁଣ୍ଡାଙ୍କ କଥା ଉଲ୍ଲେଖ କରିଥିଲେ।
ମହାମହିମ ରାଷ୍ଟ୍ରପତି ଏକ ଭାଷଣରେ କହିଥିଲେ, ତୁମେମାନେ ଭାବୁଥିବ ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଟା ଅଙ୍କର ଦରମା ପାଉଛି, ବିଳାସରେ ଚଳୁଥିବ। ମୁଁ କହିବାକୁ ଚାହେଁ ଯେ ମୋର ଅତି ସରଳ ଜୀବନ। କେଉଁ ଅଜଣା ଗାଁର ଏକ ଗରିବ ଆଦିବାସୀ ପରିବାରର ଝିଅ ମୁଁ। ବିଳାସ ବ୍ୟସନ ଠାରୁ ବହୁ ଦୂରରେ। ଏ ଜୀବନ ହେଉଛି ପିଆଜ ପରି। ପିଆଜର ଚୋପା ପରେ ଚୋପା ଛଡ଼େଇଚାଲିଲେ ଶେଷରେ ଆଉ କିଛି ରହି ନ ଥାଏ। ସେହିପରି କେଶ ଥିବାବେଳେ ପାନିଆ ମାରିବ। ବୟସ ବଢ଼ିଲେ ଆସ୍ତେ ଆସ୍ତେ କେଶ ଝଡ଼ିଯିବ। ପାନିଆର ଆବଶ୍ୟକତା ପଡ଼ିବନି। ବୟସ ବଢ଼ିଲେ ମଣିଷ କ୍ଷୀଣକାୟ ଓ ଦୁର୍ବଳ ହେବ। ଆଉ ଦାମୀ ଶାଢ଼ି ପିନ୍ଧିବାକୁ ଅଣ୍ଟା ନ ଥିବ। ତେଣୁ ପଇସା ପଛରେ କେହି ପାଗଳ ହେବା ଉଚିତ ନୁହେଁ। ଆଜିକାଲି ବହୁ ପରିବାରର ପୁଅଝିଅ ବିଦେଶରେ ଚାକିରି କରୁଛନ୍ତି। ମାତ୍ର ଏଠାରେ ଘରେ ବାପାମା ବଡ଼ କଷ୍ଟରେ ରହୁଛନ୍ତି। ପ୍ରଚୁର ପଇସା ଥିଲେ ବି ସେମାନେ ଅସହାୟ। ତେଣୁ ସରଳ ଜୀବନ ଓ ଶାନ୍ତି ହିଁ ସବୁଠାରୁ ବଡ଼ କଥା।

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories