www.samajalive.in
Saturday, December 6, 2025
15.1 C
Bhubaneswar

ରାଜସ୍ଥାନର ଜାଲୋର ଅଘଟଣ ; ବସରେ ଲାଗିଲା ବିଦ୍ୟୁତ ତାର, ୬ ଯାତ୍ରୀ ଜୀବନ୍ତ ଦଗ୍ଧ

ରାଜସ୍ଥାନ : ରାଜସ୍ଥାନର ଜାଲୋର ଜିଲାରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ବସରେ ବିଦ୍ୟୁତ ତାର ଲାଗି ନିଆଁ ଲାଗିଯିବାରୁ ୬ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏହସହ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରାଜସ୍ଥାନର ଜାଲୋର ଜିଲାରେ ମହେଶପୁର ଗାଁରେ ଘଟିଛି। ରାତି ପ୍ରାୟ ୧୦ଟା୪୫ରେ ଏହି ଘଟଣା ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ଜାଲୋର ଜିଲାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଗୁରୁତରଙ୍କୁ ଜୋଧପୁର ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି। ଦୁର୍ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ।
ସୂଚନା ଯୋଗ୍ୟ, ଗତକାଲି ରାତିରେ ଉକ୍ତ ବସଟିର ଚାଳକ ବାଟବଣା ହୋଇ ଜାଲୋର ଜିଲାର ମହେଶପୁର ଗାଁ ଭିତରକୁ ପଳାଇଯିବାରୁ ହଠାତ ଗାଁ ଭିତର ଦେଇ ଯାଇଥିବା ପ୍ରାୟ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ବସରେ ନିଆଁ ଲାଗି ଯାଇଥିଲା। ପରିସ୍ଥିତି ନିୟନ୍ତ୍ରଣ ହେଲା ବେଳକୁ ୬ ଜଣ ଜୀବନ୍ତ ଦଗ୍ଧ ହେବା ସହ ବହୁ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories