www.samajalive.in
Saturday, December 6, 2025
26.1 C
Bhubaneswar

ଦେଶର ଭବିଷ୍ୟତକୁ ବଦଳାଇବାରେ ଷ୍ଟାର୍ଟଅପ୍‍ର କ୍ଷମତା ରହିଛି – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶର ଭବିଷ୍ୟତକୁ ବଦଳାଇବାରେ ଷ୍ଟାର୍ଟଅପ୍‍ଗୁଡିକର କ୍ଷମତା ରହିଛି। ଗତ ସନ୍ଧ୍ୟାରେ ଷ୍ଟାର୍ଟଅପ୍‍ ଭାରତ ଆର୍ନ୍ତଜାତୀୟ ସମ୍ମିଳନୀ ପ୍ରାରମ୍ଭକୁ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଷ୍ଟାର୍ଟଅପ କ୍ଷେତ୍ରଗୁଡିକ ତାଙ୍କର ସ୍ଥିତି ବଜାୟ ରଖିବାକୁ ସକ୍ଷମ। ଦେଶର ଯୁବଶକ୍ତିଙ୍କ ପାଖରେ ନିଜ ଭବିଷ୍ୟତକୁ ନିଜ ହାତରେ ଲେଖିବାର କ୍ଷମତା ରହିଛି। ନୂତନତ୍ୱକୁ ଆବିଷ୍କାର କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରହିଛି। ଆଗାମୀ ବର୍ଷଗୁଡିକ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ଏସୀୟ ରାଷ୍ଟ୍ରଗୁଡିକ ସମଗ୍ର ବିଶ୍ୱରେ ତାଙ୍କର ସ୍ଥିତି ଜାହିର କରିବାକୁ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ବିମ୍‍ଷ୍ଟେକ୍‍ ଦେଶଗୁଡିକର ଯୁବ ଶିଳ୍ପଦ୍ୟୋଗୀ ଏହି ସମ୍ମିଳନୀରେ ଭାଗ ନେବା ଏହା ପ୍ରମାଣିତ କରୁଛି। ପ୍ରତ୍ୟେକ କରୋନା ବିରୋଧୀ ଯୁଦ୍ଧ ସହ ପ୍ରତିଷେଧକ ଟିକା ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ହାସଲ କରିଛନ୍ତି।ଦେଶର ପ୍ରାୟ ପ୍ରତ୍ୟେକ ସହରକୁ ଷ୍ଟାର୍ଟଅପ୍‍ କ୍ଷେତ୍ରଗୁଡିକ ସମ୍ପ୍ରସାରିତ ହୋଇଛି। କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍‍ ଉଦ୍ୟୋଗଗୁଡିକ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଡିଜିଟାଲ ଉପଯୋଗ ମାଧ୍ୟମରେ କୋଟି କୋଟି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସରକାରୀ ସହାୟତା ପ୍ରଦାନ କରାଯାଇପାରୁଛି।ବିଶ୍ୱ ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନଗୁଡିକରେ ନିଜ ଲକ୍ଷ୍ୟ ହାସଲ ଦିନରେ ବ୍ରତୀ ହେବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories