www.samajalive.in
Saturday, December 6, 2025
16.1 C
Bhubaneswar

ଗୁଜରାଟ, ରାଜସ୍ଥାନରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ : ଗୁଜରାଟ ଓ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗିରହିଥିବାରୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିବା ଜଣାପଡିଛି। ସୁରଟ୍‌ ସହରରେ ବିଗତ ଚବିଶ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଫଳରେ ତଳୁଆ ଅଞ୍ଚଳଗୁଡିକ ଜଳମଗ୍ନ ହୋଇପଡିଥିବାବେଳେ ଦୁଇଟି ରାଜ୍ୟ ରାଜପଥ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିଯୋଗୁଁ କେହି ମୃତାହତ ହୋଇନାହାନ୍ତି ବୋଲି ସୁରଟ୍‌ ଏସ୍‌ଡିଏମ ଜିଗ୍‌ନା​‌​‌ପାର୍ମାର କହିଛନ୍ତି। ରାଜସ୍ଥାନର କୋଟା, ଝଲାୱାର, ବୁନ୍ଦି,ବରାନ୍‌ ଜିଲାରେ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। ବିଗତ ଚବିଶ ଘଣ୍ଟା ମଧ୍ୟରେ ଏହି ଜିଲାଗୁଡିକରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ଜଣାପଡିଛି। ଆଗାମୀ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ଏହି ଜିଲାଗୁଡିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ନିର୍ଦ୍ଧାରିତ ସମୟରେ ଦିଲ୍ଲୀ, ଏନ୍‌ସିଆର, ଚଣ୍ଡିଗଡ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀର ଆଡକୁ ଅଗ୍ରସର ହେଉଛି ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି। ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୨୭ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories