www.samajalive.in
Friday, December 5, 2025
17.1 C
Bhubaneswar

ସ୍ବାମୀଙ୍କଠୁ ଅଲଗା ହେଲେ ଶିଳ୍ପା ଶେଟ୍ଟୀ? ପୋଷ୍ଟ ଜରିଆରେ ଘୋଷଣା କଲେ ରାଜ୍‌ କୁନ୍ଦ୍ରା

ମୁମ୍ବଇ: ପରସ୍ପରଠାରୁ ଅଲଗା ହୋଇଗଲେ କି ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ସ୍ବାମୀ ରାଜ୍‌ କୁନ୍ଦ୍ରା ? ପତି-ପତ୍ନୀ ସମ୍ପର୍କରେ ପଡ଼ିଲା କି ପୂର୍ଣ୍ଣଚ୍ଛେଦ ? ଏଭଳି ଅନେକ ପ୍ରଶ୍ନ ଠିଆ କରିଛି ରାଜ୍‌ କୁନ୍ଦ୍ରାଙ୍କ ଏକ ପୋଷ୍ଟ। ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଛି ରାଜ୍‌ଙ୍କ ଏହି ପୋଷ୍ଟ। ଏଥିରେ ସେ ‘ଆମେ ଅଲଗା ହୋଇଯାଇଛୁ’ ବୋଲି ଲେଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ପୋଷ୍ଟରେ ସେ ପତ୍ନୀଙ୍କ ନାଁ ନେଇ ନାହାନ୍ତି ସତ, କିନ୍ତୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ଏହାପରେ ଏବେ ଦମ୍ପତିଙ୍କ ବିଚ୍ଛେଦ ନେଇ ଚର୍ଚ୍ଚା ଜୋର ଧରିଛି।

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛନ୍ତି। ଚର୍ଚ୍ଚାରେ ରହିବାର ଏହି ଧାରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଆରମ୍ଭ ହୋଇଥିଲା। ଏହାପରେ ରାଜ୍‌ ଜେଲ୍‌ ଗଲେ, ଜାମିନରେ ମୁକୁଳିଲେ, ମାସ୍କ ଲଗାଇ ବୁଲିବା ଆରମ୍ଭ କଲେ, ଷ୍ଟାଣ୍ଡଅପ୍‌ କମେଡ଼ି ମଧ୍ୟ କଲେ। ଏବେ ରାଜ୍‌ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ୟୁଟି ୬୯’କୁ ନେଇ ଚର୍ଚ୍ଚାରେ। ନିକଟରେ ଏହାର ଟ୍ରେଲର ରିଲିଜ୍‌ ହୋଇଛି। ଇତି ମଧ୍ୟରେ ରାଜ୍‌ଙ୍କର ଏକ ପୋଷ୍ଟ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହେଉଛି, ଯେଉଁଥିରେ ସେ ଏପରି କିଛି ଲେଖିଛନ୍ତି, ଯାହା ସଭିଙ୍କୁ ଚକିତ କରି ଦେଇଛି।

- Advertisement -


ବିଳମ୍ବିତ ରାତିରେ ରାଜ୍‌ କୁନ୍ଦ୍ରା ନିଜ ଇନ୍‌ଷ୍ଟାଗ୍ରାମ ଓ ଏକ୍ସ ହ୍ୟାଣ୍ଡେଲ୍‌ରେ ଅଲଗା ହେବା ନେଇ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ କରିଛନ୍ତି। ପତ୍ନୀ ଶିଳ୍ପାଙ୍କ ନାଁ ନନେଇ ରାଜ୍‌ ଲେଖିଛନ୍ତି, ‘‘ଆମେ ଅଲଗା ହୋଇଯାଇଛୁ ଏବଂ ବିନମ୍ରତାର ସହ ଅନୁରୋଧ କରୁଛି ଦୟାକରି ଏହି କଠିନ ମୁହୂର୍ତ୍ତରେ ଆମକୁ ସମୟ ଦିଅନ୍ତୁ।’’ ରାଜଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି ଏବଂ ଲୋକମାନେ ଏହାକୁ ଦେଖି ଚକିତ ହୋଇଯାଇଛନ୍ତି। ପୋଷ୍ଟକୁ ନେଇ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକଟ କରିଥିବାବେଳେ ଅନେକ ଏହାକୁ ଖଣ୍ଡନ କରିଛନ୍ତି। ରାଜ କୁନ୍ଦ୍ରାଙ୍କ ଏହି ପୋଷ୍ଟକୁ ଦେଖି କିଛି ଲୋକ ଏହାକୁ ‘ୟୁଟି ୬୯’ର ପ୍ରଚାର ପାଇଁ ଏକ କୗଶଳ ବୋଲି କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories