www.samajalive.in
Saturday, December 6, 2025
17.1 C
Bhubaneswar

ନିଠାରୀ ହତ୍ୟାକାଣ୍ଡ: ଜେଲ୍‌ରୁ ମୁକୁଳିଲା ଅଭିଯୁକ୍ତ ମୋନିନ୍ଦର ପଣ୍ଢେର, ଘର ବାହାରେ ପୁଲିସ ମୁତୟନ

ନୋଏଡ଼ା: ନିଠାରୀ ହତ୍ୟାକାଣ୍ଡ ଅଭିଯୁକ୍ତ ମୋନିନ୍ଦର ପଣ୍ଢେର ଶୁକ୍ରବାର ଲୁକ୍ସର ଜେଲ୍‌ରୁ ମୁକ୍ତ ହୋଇଛି। ନିଠାରୀର ଡି୫ ନମ୍ବରରେ ଥିବା ପଣ୍ଢେରର ଘର ନିକଟରେ ପୁଲିସ ମୁତୟନ କରାଯାଇଛି। ଚଳିତ ବର୍ଷ ଜୁନ୍ ମାସରେ ତାକୁ ଗାଜିଆବାଦର ଡାସନା ଜେଲରୁ ଲୁକ୍ସର ଅଣାଯାଇଥିଲା। ଅସୁସ୍ଥ ଥିବାରୁ ତାକୁ ଆଇସୋଲେସନ ୱାର୍ଡରେ ରଖାଯାଇଥିଲା।

- Advertisement -

ନିଠାରୀ ହତ୍ୟାକାଣ୍ଡରେ ସିବିଆଇ କୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ସୁରେନ୍ଦ୍ର କୋଲୀ ଏବଂ ମୋନିନ୍ଦର ସିଂହ ପଣ୍ଢେରଙ୍କୁ ଆହ୍ଲାବାଦ ହାଇକୋର୍ଟ ଦୋଷମୁକ୍ତ କରିଥିଲେ। ଅଦାଲତ କହିଛନ୍ତି ଯେ, ପୁଲିସ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ ହୋଇଛି। ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରି ଜଷ୍ଟିସ୍ ଅଶ୍ୱନୀ କୁମାର ମିଶ୍ର ଏବଂ ଜଷ୍ଟିସ୍ ଏସଏଏଚ ରିଜଭିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ତଦନ୍ତ ଅତ୍ୟନ୍ତ ଖରାପ ଥିଲା ଏବଂ ପ୍ରମାଣ ସଂଗ୍ରହର ମୌଳିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକର ବିଫଳତା ହେଉଛି ଜନସାଧାରଣଙ୍କ ସହ ବିଶ୍ୱାସଘାତକତା।

ସୂଚନାଯୋଗ୍ୟ, ସିବିଆଇର ସ୍ବତନ୍ତ୍ର ଅଦାଲତ ଫେବୃଆରୀ ୧୩, ୨୦୦୯ରେ, ଉଭୟଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ପଣ୍ଢେର ଏବଂ କୋଲୀ ୧୮ ଜଣ ନିରୀହ ଶିଶୁ ଏବଂ ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଅଦାଲତରେ ଏହି ଘଟଣାର ପ୍ରଥମ ମାମଲା ଫେବୃଆରୀ ୮, ୨୦୦୫ ରେ ପଞ୍ଜୀକୃତ ହୋଇଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories