ଜେନାପୁର-ନିଧିପୁର ରାସ୍ତାରେ ବର୍ଷାଜଳ
ଗୁରୁଡିଝାଟିଆ : ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡା ଠାରେ ଜେନାପୁର ଦେଇ ଅନନ୍ତପୁରକୁ ସଂଯୋଗ କରୁଥିବା ରାସ୍ତା ଓ କୋଠାବାଡି ବିଭାଗର ରାସ୍ତାଟି ଏବେ ବିଭିନ୍ନ ସ୍ଥାନରେ ବର୍ଷାଜଳ ଖାଲଖମାରେ ଭରି ରହିଥିବାରୁ ଯାତାୟାତ ପାଇଁ ଘୋର ଅସୁବିଧା ହେଉଛି । ବିଶେଷତଃ ଗୋପାଳ ପ୍ରସାଦ ନିକଟରେ ରେଳଲାଇନ ତଳେ ଯାଇଥିବା ଭୂତଳ ରାସ୍ତାଟିରେ ପ୍ରାୟ ୨ଫୁଟ ପାଣି ଜମି ରହିଥିବାରୁ ବାଇକ ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏଥିସହିତ ବାଲିସିଗିରି ଓ ଗଜାମ୍ବ ନିକଟରେ ସମାନ ଅବସ୍ଥା । ରାସ୍ତାର ଏଭଳି ସ୍ଥିତ ଯୋଗୁଁ କଲେଜ ପଢୁଆ ଝିଅ ଓ ବିଦ୍ୟାଳୟକୁ ଯାଉଥିବା ବିଦ୍ୟାର୍ଥି ମାନେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାର ପାଣି ଜମିଥିବା ସ୍ଥାନକୁ ତୁରନ୍ତ ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।
Comments are closed.