ଭୁବନେଶ୍ୱର : ରାଜ୍ୟର ଅନେକ ସ୍ଥାନରେ ଲାଗି ରହିଛି ବର୍ଷା । ପ୍ରବଳ ବର୍ଷା ନେଇ ଆସନ୍ତାକାଲି ପାଇଁ ୨୦ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ । ଏହି ସମସ୍ତ ଜିଲାରେ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା



