www.samajalive.in
Sunday, December 7, 2025
26.1 C
Bhubaneswar

ବାଙ୍କୀରେ ଲଘୁଚାପ ବର୍ଷା, ଚାଷୀ ମନରେ ଖୁସି ଭରିଛି

ବାଙ୍କୀ: ମଙ୍ଗଳବାର ଲଘୁଚାପ ବର୍ଷା ପ୍ରଭାବରେ ବାଙ୍କୀ କୃଷି ବିଭାଗର ସୂଚନାକ୍ରମରେ ୧୩୫ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି। ଦୀର୍ଘ ଦିନ ଧରି ଅଳ୍ପ ବୃଷ୍ଟି ଓ ପ୍ରଚଣ୍ଡ ଖରାରେ ବାଙ୍କୀ କୃଷି ଜିଲ୍ଲାରେ କରାଯାଇଥିବା ଖରିଫ ଧାନ ଚାଷ ପ୍ରଭାବିତ ହୋଇ ମରୁଡି ଆଶଙ୍କା ସୃଷ୍ଟି ହୋଇଥିଲା। ଫଳରେ ଚଳିତ ଖରିଫ ଋତୁରେ ଅଧିକ ଅମଳକ୍ଷମ ଧାନ ପାଇଁ ମୋଟ ୧୩,୪୪୦ ହେକ୍ଟର, ସ୍ଥାନୀୟ ଧାନ ବିହନରେ ୧୨୦୦ ହେକ୍ଟର ଏବଂ ଶଙ୍କର ଜାତୀୟ(ହାଇବ୍ରିଡ୍‍) ଧାନ ଚାଷ ପାଇଁ ୫୦ ହେକ୍ଟର କରି ସର୍ବମୋଟ ୧୪୬୯୦ ହେକ୍ଟର ଚାଷ ଜମିରେ ଖରିଫ ଧାନ କରାଯିବାର ଯୋଜନା ଥିବା ସମ୍ପର୍କରେ କୃଷି ଜିଲ୍ଲା ଅଧିକାରୀ କୈଳାସ ଚନ୍ଦ୍ର ସାମନ୍ତରାୟ ସୂଚନା ଦେଇଛନ୍ତି। ସେଥି ମଧ୍ୟରୁ ୭୩୯୦ ହେକ୍ଟର ବାଙ୍କୀ ବ୍ଲକର ୨୦ ଗୋଟି ଗ୍ରାମପଞ୍ଚାୟତ ଏବଂ ଡମପଡା ବ୍ଲକର ୧୭ ଗୋଟି ଗ୍ରାମପଞ୍ଚାୟତ ସହିତ ବାଙ୍କୀ ଏନ.ଏ.ସି ଅଂଚଳକୁ ମିଶାଇ ମୋଟ ୭୩୦୦ ହେକ୍ଟର ଜମିରେ ଖରିଫ ଚାଷ ପାଇଁ ଅକ୍ଷୟ ତୃତୀୟା ଦିନ ଠାରୁ କ୍ଷେତ ପ୍ରସ୍ତୁତି ଓ ବୁଣାବୁଣି କାର୍ୟ୍ୟ ଆରମ୍ଭ କରାଯାଇଥିଲା। ମାତ୍ର ଦୀର୍ଘ ୨ମାସ ମଧ୍ୟରେ ବିଭିନ୍ନ ଅଂଚଳରେ ଅନିୟମିତ ବର୍ଷା ହୋଇଥିବାରୁ ବାଙ୍କୀ ବ୍ଲକ ଅଂଚଳରେ ୫୦୪୮ ହେକ୍ଟର ଏବଂ ଡମପଡା ବ୍ଲକ ଅଂଚଳରେ ୩୦୪୦ ହେକ୍ଟର କରି ମୋଟ ୮୦୮୮ ହେକ୍ଟର ଜମିରେ ବୁଣାବୁଣୀ ଓ ଆଂଶିକ ରୁଆପୋତା କାର୍ୟ୍ୟ ହୋଇଥିବା ବେଳେ ପ୍ରାୟ ୬୬୦୨ ହେକ୍ଟର ଜମିରେ ଆଦୈା ରୁଆପୋତା କାର୍ୟ୍ୟ ହୋଇପାରି ନଥିବାରୁ ଚାଷୀ ମାନଙ୍କ ମନରେ ଖରିଫ ଫସଲରେ ହାନି ହେବା ଆଶଙ୍କା ବଢିଥିଲା।

ବର୍ତ୍ତମାନ ଲଘୁଚାପ ବର୍ଷାରେ ପ୍ରାୟ ଖାଲୁଆ ଓ ଢିପ ଜମିରେ ମଧ୍ୟ ପାଣି ଜମି ରହିଥିବାରୁ ଅଂଚଳର ଚାଷୀ ମନରେ ଅପାର ଖୁସି ଭରି ଯାଇଛି। ବୁଧବାର ଦିନ ସକାଳେ ଚାଷୀ ମାନେ ହଳ ଲଙ୍ଗଳ ଧରି ବିହୁଡା ହେବାକୁ ଉପଯୁକ୍ତ ଥିବା ଜମିରେ ବିହୁଡିବା କାମ ଆରମ୍ଭ କରିଥିବା ବେଳେ ରୁଆ ଜମି ପାଇଁ କାଦୁଅ ଚାଷ ଓ ତଳିମରା କାର୍ୟ୍ୟ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ କୋଭିଡ-୧୯ ପ୍ରଭାବରେ ଅନେକ ପ୍ରବାସୀ ଶ୍ରମିକ ଚାଷ କାମ ନଥିବାରୁ ଘରେ ବସି ରହି ରୋଜଗାର ଖୋଜୁଥିଲେ। ୨ ଦିନର ବର୍ଷାରେ କୃଷକ ଚାଷ ଜମୀକୁ ଗଡୁଥିଲା ବେଳେ କୃଷି ଶ୍ରମିକ କୃଷି ଶ୍ରମିକ ଓ ପ୍ରବାସୀ ଶ୍ରମିକ ମଧ୍ୟ କୃଷି କାର୍ୟ୍ୟରେ ମଜୁରୀ ରୋଜଗାର ହେବ ବୋଲି ଆଶା କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଲଘୁଚାପ ବର୍ଷା ନହୋଇଥିଲେ ୧୫ଦିନ ମଧ୍ୟରେ ବାଙ୍କୀରେ ମରୁଡି ସମସ୍ୟା ବଢିଥାନ୍ତା। ୨ ଦିନର ଲଘୁଚାପ ବର୍ଷା ଚାଷୀଙ୍କୁ ଖୁସି ଦେବା ସହିତ ଖରିଫଋତୁର ରୁଆପୋତା ହୋଇପାରିନଥିବା ଅବଶିଷ୍ଟ ଜମିରେ ଧାନ ଚାଷ ପାଇଁ ଭରସା ବଢାଇଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ ପଶ୍ଚିମ ବାଙ୍କୀର ବହୁ ଅଂଚଳରେ ଧାନ ଚାଷ ବର୍ଷା ଅଭାବରୁ ବାଧା ପ୍ରାପ୍ତ ଥିବା ବେଳେ ରୁଆ ପୋତା କାର୍ୟ୍ୟ ହୋଇନଥିଲା। ଲଘୁଚାପ ବର୍ଷା ଚାଷୀ ମାନଙ୍କୁ ଚଳଚଞ୍ଚଳ କରିଥିବା ଜଣାପଡିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories