www.samajalive.in
Monday, December 15, 2025
27.1 C
Bhubaneswar

ଆଉ ୩ଦିନ ବଜ୍ରପାତ ସହ ବର୍ଷା ଭୟ

ଭୁବନେଶ୍ୱର : ଅଧିକାଂଶ ରାଜ୍ୟରେ ମୌସୁମି ଫେରୁଥିବାବେଳେ ଓଡ଼ିଶାରେ ଏହା ସକ୍ରିୟ ରହିବା ଯୋଗୁଁ ବର୍ଷା ପ୍ରଭାବ ଜାରି ରହିଛି। ଓଡ଼ିଶା-ଆନ୍ଧ୍ର ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ଏବେ ସକ୍ରିୟ ରହିଛି। ଏଥିସହିତ ଦକ୍ଷିଣ ଛତିଶଗଡ଼ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ଥିବାରୁ ଏହାର ପ୍ରଭାବରେ ମୌସୁମି ଅଧିକ ସକ୍ରିୟ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଲଘୁଚାପର ପ୍ରଭାବ ଆହୁରି ତିନିଦିନ ରହିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ପବନ ଓ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଶନିବାର ବିଭିନ୍ନ ଅଞ୍ଚଳରେ ବର୍ଷା ସହିତ
ବଜ୍ରପାତ ଲାଗିରହିବାରୁ ଏଥିରେ ଏକାଧିକ ଲୋକ ମୃତାହତ ହୋଇଛନ୍ତି। ଯମଜ ନଗରୀ ଭୁବନେଶ୍ୱର ଓ କଟକରେ ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଲଗାଣ ବର୍ଷା ସାଙ୍ଗକୁ ବଜ୍ରପାତ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଚାନ୍ଦବାଲିରେ ସର୍ବାଧିକ ୯୨ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ନୟାଗଡ଼ରେ ୮୯, ବାଲେଶ୍ୱରରେ ୮୬, କଟକରେ ୭୦, ଅନୁଗୋଳରେ ୫୮, ଭୁବନେଶ୍ୱରରେ ୪୬, ବାରିପଦାରେ ୩୮, ପୁରୀରେ ୨୯, ପାରାଦ୍ୱୀପରେ ୨୨ମିମି ବର୍ଷା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି।
ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ଗଜପତି, ରାୟଗଡ଼ା, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବଲାଙ୍ଗୀର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ ଓ ସୋନପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ପରବର୍ତ୍ତୀ ୨୪ଘଣ୍ଟାରେ ଗଞ୍ଜାମ, କୋରାପୁଟ, ଢ଼େଙ୍କାନାଳ, କେନ୍ଦୁଝର, ସମ୍ବଲପୁର, ବୌଦ୍ଧ, ଅନୁଗୋଳ, କଟକ, ଦେବଗଡ଼, ଗଜପତି ଓ ସୋନପୁର ଆଦି ୧୧ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତା ୫ତାରିଖରେ ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ବାଲେଶ୍ୱର, ଭଦ୍ରକ, କୋରାପୁଟ ଓ ରାୟଗଡ଼ା ଆଦି ଜିଲା ଏବଂ ଆସନ୍ତା ୬ ତାରିଖରେ କୋରାପୁଟ, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଓ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓାର୍ଣ୍ଣିଂ ଜାରି କରାଯିବା ସହିତ ଜନସାଧାରଣ ବର୍ଷା ଓ ବଜ୍ରପାତ ସମୟରେ ସମ୍ପୂର୍ଣ୍ଣ ଭାବେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଆସନ୍ତା ୪୮ଘଣ୍ଟା ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories