www.samajalive.in
Monday, December 15, 2025
14.1 C
Bhubaneswar

୨୫ରୁ ଅଭ୍ୟନ୍ତର, ଉତ୍ତରରେ ବର୍ଷା

ଭୁବନେଶ୍ୱର : ଦୁଇ-ତିନି ଦିନ ଭିତରେ ରାଜ୍ୟରେ ସକ୍ରିୟ ହେବ ମୌସୁମି। ଏହାର ପ୍ରଭାବରେ ଆସନ୍ତା ୨୪ ଓ ୨୫ ତାରିଖରେ ସମ୍ବଲପୁର, କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ସେହିପରି ୨୫ ଓ ୨୬ରେ ଆଭ୍ୟନ୍ତରୀଣ ଓଡ଼ିଶା, ୨୬ରୁ ଆଭ୍ୟନ୍ତରୀଣ ସହିତ ଉତ୍ତର ଉପକୂଳରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ପଶ୍ଚିମ-କେନ୍ଦ୍ରୀୟ ଓ ଏହାର ଆଖପାଖ ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘର୍ଣ୍ଣିବଳୟ ମୌସୁମି ବାୟୁକୁ ସକ୍ରିୟ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ସେହିପରି ବିହାରଠାରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଟ୍ରଫ୍‍ର ପ୍ରଭାବ ବି ରହିବ। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇ ଦିନ
ହେଲା ବର୍ଷା ଲାଗି ରହିଛି। ବର୍ଷା ପ୍ରଭାବରେ ରାଜ୍ୟ ତମାମ୍‍ ତାପମାତ୍ରା ହ୍ରାସ ପାଇଛି। ପହିଲି ରଜଠାରୁ ସପ୍ତାହେ ଧରି ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ତେବେ ବର୍ଷା ପରେ ତାପମାତ୍ରା ପାଖାପାଖି ୧୦ ଡିଗ୍ରୀ ହ୍ରାସ ପାଇଛି। ରାଜଧାନୀର ପାରଦ ପାଞ୍ଚ ଦିନ ତଳେ ୪୨.୩ ଡିଗ୍ରୀ ରହିଥିବାବେଳେ ଆଜି ୩୩ ଡିଗ୍ରୀ ରହିଛି। ସେହିପରି ଚାନ୍ଦବାଲି, ବାଲେଶ୍ୱର, କଟକ, ବଲାଙ୍ଗୀର, ଅନୁଗୋଳ, ଝାରସୁଗୁଡ଼ା, ସୋନପୁରରେ ତାପମାତ୍ରା ୬ରୁ ୭ ଡିଗ୍ରୀ ଲେଖାଏଁ ହ୍ରାସ ପାଇଛି। ଆଜି ସୋନପୁରରେ ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।
ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ଆଜି ସକାଳ ୮.୩୦ ସୁଦ୍ଧା ଅନୁଗୋଳରେ ସର୍ବାଧିକ ୧୧୨.୪ ମିମି, ପୁରୀରେ ୫୭.୪ମିମି, ସମ୍ବଲପୁରରେ ୪୩.୨ମିମି, ଭୁବନେଶ୍ୱରରେ ୪୩.୬ମିମି, ମାଲକାନଗିରିରେ ୩୪.୦ମିମି, ଭବାନୀପାଟଣାରେ ୩୬.୦ମିମି, ଟିଟିଲାଗଡ଼ରେ ୧୯.୬ମିମି, ବଲାଙ୍ଗୀରରେ ୧୪.୨ମିମି, ତାଳଚେରରେ ୧୫.୦ମିମି, ହୀରାକୁଦରେ ୧୬.୬ ମିମି ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆକାଶ ମେଘାଚ୍ଛନ୍ନ ରହିବା ସହିତ ବୃଷ୍ଟିପାତର ସମ୍ଭାବନା ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories