www.samajalive.in
Sunday, December 7, 2025
26.1 C
Bhubaneswar

ପୂର୍ବତଟ ରେଳପଥର ସମସ୍ତ ଜୋନ୍‍ରେ ଯନ୍ତ୍ରଚାଳିତ ଲଣ୍ଡ୍ରି ସ୍ଥାପନ ହେବ

ଭୁବନେଶ୍ୱର : କୋଇଲା ପରିବହନରୁ ରାଜସ୍ୱ ବୃଦ୍ଧି ପାଉଛି। ତେବେ ଏଦିଗରେ ଥିବା ସମସ୍ୟା ସମାଧାନ ହୋଇ ପାରିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲାଭବାନ ହେବେ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ ଏବଂ ଆପୋଷ ବୁଝାମଣା ରହିବା ଆବଶ୍ୟକ ବୋଲି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି। ପୂର୍ବତଟ ରେଳପଥ ସମେତ ରେଳବାଇର ପ୍ରତ୍ୟେକ ଜୋନ୍‍ରେ ଯନ୍ତ୍ରଚାଳିତ ଲଣ୍ଡ୍ରି ବ୍ୟବସ୍ଥା ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ଓଡ଼ିଶା ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ଗୋୟଲ ଭୁବନେଶ୍ୱରରେ ରେଳ ମନ୍ତ୍ରାଳୟ, ମହାନଦୀ କୋଲଫିଲ୍ଡସ୍‍ ଏବଂ ରାଜ୍ୟ ସରକାରଙ୍କ ଉଚ୍ଚପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରହିଲେ କୋଇଲା ଉତ୍ପାଦନ ଓ ବିତରଣ କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଦୂର ହୋଇ ପାରିବ। ଏହା ଦ୍ୱାରା ରାଜ୍ୟରେ ସକାରାତ୍ମକ ଓøଦ୍ୟଗିକ ଓ ବିନିଯୋଗ କ୍ଷେତ୍ରରେ ସକାରାତ୍ମକ ବାତାବରଣ ସୃଷ୍ଟି ହେବ ଯାହା ଅଧିକ ପୁଞ୍ଜିନିବେଶ ପାଇଁ ପଥ ସୁଗମ କରିବ। ଉଦ୍ୟୋଗ ସମ୍ମୁଖରେ ବାଧା ସୃଷ୍ଟି କରୁଥିବା ସମସ୍ୟାର ସମାଧାନ ପାଇଁ ମିଳିତ ଉଦ୍ୟମ ହେଲେ ବିନିଯୋଗକାରୀଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରିହେବ। ମହାନଦୀ କୋଲଫିଲ୍ଡସ୍‍ର ଅଧିକାରୀମାନେ ରେଳବାଇ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଅମିମାଂଶିତ ରହିଥିବା ମାମଲାଗୁଡ଼ିକୁ ତାଲିକାଭୁକ୍ତ କରିବା ସହ ବନ ବିଭାଗ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ତାଳଚେର କୋଲିଆରୀ ଠାରେ ଦୈନିକ ରେକ୍‍ କ୍ଷମତା ୫୫ରୁ ଅଧିକ ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କହିଥିଲେ। ଏଥିପାଇଁ ଏମ୍‍ସିଏଲ୍‍ ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ସେ ମତପୋଷଣ କରିଥିଲେ। ଅପରପକ୍ଷେ ମନ୍ତ୍ରୀ କହିଥିଲେ ଯେ ମେକାନିକାଲ ଲଣ୍ଡ୍ରିଗୁଡ଼ିକୁ ସମଗ୍ର ଦେଶରେ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଓଡ଼ିଶାର କିଛି ରେଳ ଷ୍ଟେସନ୍‍ରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉ ଥିବା ବେଳେ ଆଗାମୀ ଦିନରେ ଏହାର ବିଭିନ୍ନ ଯୋନ୍‍ରେ ସ୍ଥାପନ କରାଯିବ ବୋଲି କହିଥିଲେ। ସେହିପରି ରେଳ ଷ୍ଟେସନ୍‍ଗୁଡ଼ିକରେ ୱାଇଫାଇ ସେବା ଆରମ୍ଭ ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ଅବଶିଷ୍ଟ ଷ୍ଟେସନ୍‍ମାନଙ୍କରେ ତ୍ୱରିତ ବେଗରେ କାମ ଜାରି ରହିଛି। ଏଥିରେ ମହାନଦୀ କୋଲଫିଲ୍ଡିସ୍‍ ସହଯୋଗର ହାତ ବଢ଼ାଇବ ବୋଲି ସୂଚନା ଦିଆଯାଇ ଥିଲା। ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ମୁଖ୍ୟ ସଚିବ, ଇସ୍ପାତ ଓ ଖଣି ସଚିବ, ରାଜସ୍ୱ ସଚିବ, ସ୍ୱତନ୍ତ୍ର ସଚିବ ଓ ଗୃହ ସଚିବଙ୍କ ସମେତ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ବିଭିନ୍ନ ରେଳ ମଣ୍ଡଳ ପ୍ରବନ୍ଧକା ଯୋଗ ଦେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories