www.samajalive.in
Monday, December 15, 2025
16.1 C
Bhubaneswar

ବଡ଼ମ୍ବାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମା ଭଟ୍ଟାରିକାଙ୍କ ଦର୍ଶନ ପରେ ପୀଠର ଉନ୍ନତି ପାଇଁ ୩୦ଲକ୍ଷ ଟଙ୍କା ଘୋଷଣା

ବଡ଼ମ୍ବା: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ବଡ଼ମ୍ବା ବିଧାନସଭା ନିର୍ବାଚନୀ ମଣ୍ଡଳୀ ଗସ୍ତରେ ଆସିଥିଲେ। ଅପରାହ୍ନରେ ବଡ଼ମ୍ବାରେ ପହଞ୍ଚିବାରେ ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତାଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଥାନୀୟ ଗାନ୍ଧିଛକରେ ସ୍ୱାଗତ କରାଯାଇଥିଲା। ଗାନ୍ଧିଛକସ୍ଥିତ ଜାତିର ଜନକ ମହତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ମାଲ୍ୟାର୍ପଣ ପୂର୍ବକ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେପରେ ବିଜେପି ନେତା ସମ୍ବିତ ତ୍ରିପାଠୀଙ୍କ ବଡ଼ମ୍ବା କାର୍ଯ୍ୟାଳୟରେ କିଛି ସମୟ କଟାଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସିଧାଯାଇ ମା ଭଟ୍ଟାରିକାଙ୍କ ଦର୍ଶନ କରିଥିଲେ।

ଏହି ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ଶ୍ରୀ ବୈଷ୍ଣବ କଟକ ଜିଲାପାଳ ଥିବାର ସ୍ମୃତିଚାରଣ କରିବାସହ ଏହି ଶକ୍ତିପୀଠର ଉନ୍ନତି କଳ୍ପେ ୩୦ଲକ୍ଷ ଟଙ୍କାର ସାହାର୍ଯ୍ୟ ରାଶି ଘୋଷଣା କରିଥିଲେ। ଆଉ ମଧ୍ୟ ଅଞ୍ଚଳରେ ରେଳ ସଂଯୋଗିକରଣକୁ ନେଇ କଣ ପ୍ରସ୍ତାବ ଅଛି ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ପଚାରିବାରେ ସେ କହିଥିଲେ ଯେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡ଼ିଶାର ବିକାଶ ଲାଗି ପ୍ରତ୍ୟହ ସଂକଳ୍ପ ନେବାକୁ ଆମକୁ କହିଛନ୍ତି ଏବଂ ଏ ଦିଗରେ ରେଳ ବିଭାଗ ଅନେକ ଉନ୍ନତିମୁଳକ କାର୍ଯ୍ୟ କରିଚାଲିଛି।

- Advertisement -

ସୁତରାଂ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ବଡ଼ମ୍ବା ନରସିଂହପୁର ସହିତ ଖଣ୍ଡପଡ଼ାକୁ ଯୋଡ଼ାଯାଇ ଏକ ସୁନ୍ଦର ରେଳ ପ୍ରକଳ୍ପ ହୋଇପାରିବ ଏବଂ ଏ ଦିଗରେ ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଥିଲେ। ଏହି ଅବସରରେ ଭଟ୍ଟାରିକା ପାନ୍ଥନିବାସରେ ମନ୍ତ୍ରୀଙ୍କ ଉପସ୍ଥିତିରେ ଦଳୀୟ କୋର କମିଟିର ସଦସ୍ୟଙ୍କ ଏକ ରୁଦ୍ଧଦ୍ୱାରା ବୈଠକ ହୋଇଥିଲା। ଅଞ୍ଚଳରେ ଦଳୀୟ ସାଂଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ବୈତରଣୀ ପାରହେବା ନେଇ ସଂପୃକ୍ତ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଥିବା ଅନୁମାନ କରାଯାଇଛି।

ଏହି ବୈଠକ ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ନରସିଂହପୁର ଚମ୍ପେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ। ମନ୍ତ୍ରୀଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି,ଲୋକସଭାର ସଂଗଠନ ସମ୍ପାଦକ ସୁକାନ୍ତ ବିଶ୍ୱାଳ,ପ୍ରବକ୍ତା ଦଲିପ ମଲ୍ଲିକ,ପଛୁଆ ବର୍ଗ ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ ,କଟକ ଜିଲା ସଭାପତି ପ୍ରକାଶଚନ୍ଦ୍ର ବେହେରା,ଜିଲା ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି,ଜିଲା ପ୍ରଭାରୀ ପ୍ରକାଶଚନ୍ଦ୍ର ବଡ଼ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଦଳବେହେରା,ବିଜେପି ନେତା ସମ୍ବିତ ତ୍ରିପାଠୀ,ବଡ଼ମ୍ବା ମଣ୍ଡଳ ସଭାପତି ସନ୍ତୋଷ କୁମାର ବେହେରା,ଆଠଗଡ଼ର ବିଜେପି ନେତା ବ୍ରଜେନ୍ଦ୍ର ରାୟ,ସଞ୍ଜୟ କୁମାର ପାଢୀ,ସ୍ଥାନୀୟ ବିଜେପି ନେତା ସୂର୍ଯ୍ୟକିଶୋର ମହାନ୍ତି,ସରୋଜ କୁମାର ବେଉରା,ଚିତ୍ତରଞ୍ଜନ ମିଶ୍ର,ସରୋଜ କୁମାର ରଣାଙ୍କ ସମେତ ବାଙ୍କୀ,ଆଠଗଡ଼,ତିଗିରିଆ,ବଡ଼ମ୍ବା,ନରସିଂହପୁର ବ୍ଲକର ପ୍ରମୁଖ ଦଳୀୟ କାର୍ଯ୍ୟକର୍ତ୍ତା ବହୁସଂଖ୍ୟାରେ ଯୋଗଦେଇଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories