www.samajalive.in
Sunday, December 7, 2025
26.1 C
Bhubaneswar

ଜୟପୁର-ନବରଙ୍ଗପୁର ନୂତନ ରେଳପଥ ଜମିଅଧିଗ୍ରହଣ ପାଇଁ ପ୍ରସ୍ତୁତ ଆରମ୍ଭ

ନବରଙ୍ଗପୁର: ରାଜ୍ୟ ସରକାରଙ୍କର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜୟପୁର-ନବରଙ୍ଗପୁର ନୂତନ ରେଳପଥ ଜମିଅଧିଗ୍ରହଣ ପାଇଁ ପ୍ରସ୍ତୁତ ଆରମ୍ଭ  ହୋଇଛି । ଏସଂପର୍କରେ ବିଭାଗୀୟ ପକ୍ଷରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ନିମନ୍ତେ ଘୋଷଣା କରାଯାଇଛି। ଏଥିରେ  ସର୍ବସାଧାରଣଙ୍କର ଅବଗତି ନିମନ୍ତେ ନ୍ୟାୟୋଚିତ କ୍ଷତିପୂରଣ  ଅଧିକାର ଏବଂ ଭୂ-ଅର୍ଜନ ପୁନର୍ବାସ ଓ ଥଇଥାନକ୍ଷେତ୍ରରେ ସ୍ୱଚ୍ଛତା ଆଇନ -୨୦୧୩, ଧାରା ୮, ଅଧିନିୟମ- ୨ ଅନୁସାରେ  ନବରଙ୍ଗପୁର ଜିଲାର ୨ଟି ମୈାଜା ଡାଇଭଟ୍ଟା ଓ ନବରଙ୍ଗପୁରର ମୋଟ ୪୫.୮୦୪ ଏକର ଜାଗା/ଜମି ଏକ ସାର୍ବଜନୀନ ଉଦ୍ଦେଶ୍ୟରେ ଜୟପୁର ଠାରୁ ନବରଙ୍ଗପୁର ନୂତନ ଓସାରିଆ ରେଳପଥ ପ୍ରକଳ୍ପ ନିର୍ମାଣ ନିମନ୍ତେ ଅଧିଗ୍ରହଣ କରାଯିବାକୁ ପଦକ୍ଷେପ ନିଆଯାଇଛି। ଉପମୁଖ୍ୟଯନ୍ତ୍ରୀ ,ପୂର୍ବତଟ ରେଳପଥ, ଜଗଦଲପୁରଙ୍କର ଦ୍ୱାରା ଭୂମି ଅଧିଗ୍ରହଣ ହେବାକୁଥିବା ଜମିକୁ ଜିଲାପାଳଙ୍କର ପ୍ରଦତ୍ତ ରିପୋର୍ଟ ଓ ବିଶେଷଜ୍ଞଗୋଷ୍ଠୀ ରିପୋର୍ଟକୁ ତର୍ଜମା କରି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଉଲ୍ଲେଖ କରାଯାଇଛି। ଏଥିରେ ୫ଟି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ ପାଇଁ ସର୍ବନିମ୍ନ ପରିମାଣର ଜମି ଅଧିଗ୍ରହଣ କରିବାକୁ ପ୍ରସ୍ତାବ ରହିଛି। ପ୍ରଭାବିତ ଗ୍ରାମରେ ଜନଶୁଣାଣି କରାଯାଇଛି। ଏହି ପ୍ରକଳ୍ପ ପାଇଁ କୌଣସିଲୋକ ବିସ୍ଥାପିତ ହେଉନାହାନ୍ତି। ପ୍ରପୀଡିତ ବ୍ୟକ୍ତିବିଶେଷଙ୍କର ସର୍ବନିମ୍ନ ପ୍ରତିକୂଳ ପ୍ରଭାବ ଓ ଭିତ୍ତିଭୂମି ପ୍ରୟୋଗ ନିମନ୍ତେ ଧ୍ୟାନ ରଖାଯାଇଛି ବୋଲି ଉଲ୍ଳେଖ କରାଯାଇଛି। ଏହାର ନକଲ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ଦକ୍ଷିଣାଞ୍ଚଳ ଆରଡିସି, ନବରଙ୍ଗପୁର ଜିଲାପାଳ, ଜମି ଅଧିଗ୍ରହଣ ଅଧିକାରୀ, ଉପମୁଖ୍ୟଯନ୍ତ୍ରୀ ଓ  ରେଳବିଭାଗ, ଜଗଦଲପୁର ପ୍ରମୁଖଙ୍କୁ ଦିଆଯାଇଛି। ତେବେ କେବେଠାରୁ ଜମି ଅଧିଗ୍ରହଣ ଆରମ୍ଭ କରାଯିବ ତାର ସଠିକ ତାରିଖ ଦର୍ଶାଯାଇ ନାହିଁ। ଏହି ଚିଠି ଆସିବାର ପରେ ଜିଲାରେ ନୂତନ ରେଳପଥ ନିର୍ମାଣ ନେଇ ଜିଲାବାସୀଙ୍କର ମଧ୍ୟରେ  ଆଶାର ଆଲୋକ ଦେଖିବାକୁ ମିଳିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories