www.samajalive.in
Monday, December 15, 2025
26.1 C
Bhubaneswar

ଓଭର ବ୍ରିଜ ନିର୍ମାଣକୁ ନେଇ ଟିଭିୟୁର ପୁନଃ ସର୍ଭେ ପାଇଁ ଦାବି 

ରେଙ୍ଗାଲି କ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ ପାହାରଶ୍ରୀଗିଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରହିଥିବା ରେଲୱେ ଗେଟ ଜେଟି ୩୬ରେ ରେଲୱେ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ବହୁଦିନ ଧରି ଦାବି କରିଆସୁଛନ୍ତି। ରେଳ ବିଭାଗ ପକ୍ଷରୁ ସ୍ଥାନ ପରିଦର୍ଶନ ଓ ନିରୀକ୍ଷଣ କରିଥିଲେ ସୁଦ୍ଧା ଦାବିଟି ସମ୍ପୂର୍ଣ୍ଣ ହୋଇପାରିନାହିଁ । ଚଳିତ ମାସ ୫ ତାରିଖରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରସ୍ତାବ ପତ୍ର ସମ୍ବଲପୁର ଡିଆରଏମ ସୁବାଷ ଚନ୍ଦ୍ର ଚୌଧୁରୀଙ୍କୁ ପ୍ରଦାନ କଲା ପରେ ରେଲୱେ ଓଭର ବ୍ରିଜ ନିର୍ମାଣର ଆଶା ସଞ୍ଚାର ହେବା ସହ  ଏକ ଚିଠି ରେଳ ବିଭାଗ ସମ୍ବଲପୁର ପକ୍ଷରୁ ସାଂସଦଙ୍କ ପାଖକୁ ଆସିଥିବା ସୂଚନା ମିଳିଛି। ଯେଉଁଥିରେ କି ରେଳ ବିଭାଗ ପକ୍ଷରୁ ହୋଇଥିବା ଟିଭିୟୁ ସର୍ଭେକୁ ଦର୍ଶାଯାଇଛି।
ଏହି ସର୍ଭେ ଅନୁସାରେ ଟିଭିୟୁ ରିପୋର୍ଟ ୯୦ ହଜାର ୭୮୩ ରହିଛି ଓ ଏକ ଲକ୍ଷ ଟିଭିୟୁ ହେଲେ ଓଭର ବ୍ରିଜ ନିର୍ମାଣ ହୁଏ କହିଛି ।  ଫେବୃୟାରୀ ମାସରେ ହୋଇଥିବା ସର୍ଭେ ରିପୋର୍ଟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। କାରଣ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ  ଭଲ ଭାବରେ  ଅନୁଧ୍ୟାନ କଲେ ଜଣାପଡ଼ିବ ଯେ  ସାଧାରଣତଃ  ଫେବୃଆରୀ ମାସରେ ଏହି ରାସ୍ତାରେ ମୂଖ୍ୟତଃ ଯାନବାହନ ଚଳାଚଳ କମ ରହିଥାଏ । ଅଞ୍ଚଳଟି କୃଷିଭିତ୍ତିକ ଅଞ୍ଚଳ ହୋଇଥିବାରୁ ଅଧିକାଂଶ ଲୋକ ଫସଲ କରିବା ପାଇଁ ଚାଷ ଜମିରେ ଲାଗିଥାନ୍ତି। ଟ୍ରାକ୍ଟର, ପାୱାର ଟିଲର ଗୁଡିକ କାଦୁଅ କରିବା ପାଇଁ ରାସ୍ତା ଉପରକୁ ନଆସି ଚାଷ ଜମିରେ ରହିଥାଏ। ଫଳରେ ଚାଷୀ ମାନଙ୍କ ଯାତାୟାତ କମିଯାଏ , ସେମାନେ ରଖିଥିବା ବାଇକ, କାର ଗୁଡିକ ମଧ୍ୟ ରାସ୍ତା ଉପରକୁ ଆସି ନଥାଏ।
ମାର୍ଚ୍ଚ/ଏପ୍ରିଲ ମାସରେ  ଯୁକ୍ତ ୨ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବା ପାଇଁ ଘରେ ରହି ପ୍ରସ୍ତୁତି  କରିଥାନ୍ତି। ଏହା ସହ ନଭେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଧାନ ମଣ୍ଡି ଗୁଡିକରୁ ଧାନ କିଣାବିକା ବନ୍ଦ ହୋଇଯାଉଥିବା ରୁ ଚାରି ଚକିଆ ଯାନବାହନ ଚଳାଚଳ ମଧ୍ୟ କମି ଯାଇଥାଏ। ହୀରାକୁଦ ଜଳଭଣ୍ଡାରକୁ ଯାଉଥିବା ବଣଭୋଜି ଯାନବାହନର ପ୍ରଭାବ ନଥାଏ । ପୁଣି ଅଳ୍ପ କିଛି ମାସ ପରେ ଏହି ରାସ୍ତାଟି ଆହୁରି ଜନ ଗହଳି ପୂର୍ଣ ରାସ୍ତାରେ ପରିଣତ ହେବାକୁ ଯାଉଛି। କିଛି ମାସ ପୂର୍ବରୁ  ସରକାର ଏହି ରାସ୍ତାରେ ଥିବା ଟୋପ ପଞ୍ଚାୟତ ସିଂହପାଲି ରେ ସରକାରଙ୍କ ପକ୍ଷରୁ କ୍ରାଫ୍ଟ ଭିଲେଜ ମାନ୍ୟତା ପାଇଛି । ଏଣୁ ଫେବ୍ରୁଆରୀ ବଦଳରେ ଅକ୍ଟୋବର, ନଭେମ୍ବର ମାସରେ ଯଦି ଏହି ରାସ୍ତାରେ ଟିଭିୟୁ ସର୍ଭେ କଲେ ୧ଲକ୍ଷ ରୁ ଉର୍ଦ୍ଧ୍ବ ହୋଇପାରେ ବୋଲି ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି।
ରେଳ ବିଭାଗ  ଏହାକୁ ହୃଦବୋଧ କରି  ଅଞ୍ଚଳବାସୀଙ୍କ   ଦାବିର ଯଥାର୍ଥତାକୁ ଦୃଷ୍ଟିରେ ରଖି ପୁନଃ  ଟିଭିୟୁ ସର୍ଭେ କରାଯିବା ପୂର୍ବକ ବିହୀତ ପଦକ୍ଷେପ  ଗ୍ରହଣ କରିବା ଉଚିତ୍ ବୋଲି  ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories