ରାଇକିଆ: ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମ ପଞ୍ଚାୟତରେ ନେଟୱର୍କ ସମସ୍ୟା ନେଇ ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଲୋକଙ୍କ ବିଭିନ୍ନ ଜରୁରୀକାଳୀନ ଯୋଗାଯୋଗରେ ବାଧାପ୍ରାପ୍ତ ହେଉଛି। ସ୍ମାର୍ଟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ାରେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ଆଖପାଖ ଗ୍ରାମକୁ ମିଶି ପ୍ରାୟ ୨୦୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ମାଣିକେଶ୍ଵର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନଳକୂପ ପାଇପ୍ ସାହାଯ୍ୟରେ ବିଏସଏନଏଲ ଟାୱାର ବସିଛି। କିନ୍ତୁ କୈାଣସି କାମରେ ଆସୁନି। ବିଦ୍ୟୁତ ସରବରାହ ବନ୍ଦ ହେଲେ ନେଟୱର୍କ ମଧ୍ୟ କଟି ଯାଉଛି, କାରଣ ସେଠାରେ ଜେନେରେଟରର କୈାଣସି ବ୍ୟବସ୍ଥା ନାହିଁ। ଲୋକେ କିପେଡ଼ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି। ସ୍ମାର୍ଟ ଫୋନ ଥିଲେ ମଧ୍ୟ କୈାଣସି କାମରେ ଆସୁନାହିଁ। ଗାଁ ଠାରୁ ଦଶରୁ ପନ୍ଦର କିଲୋମିଟର ଦୂର ରାଇକିଆ ଆସିଲେ ହିଁ ନେଟ୍ ବ୍ୟବହାରରେ ଆସୁଛି।
ଏନେଇ ବାରମ୍ବାର ଅବସରପ୍ରାପ୍ତ କର୍ମଚାରୀ ସଂଘ ମାଣିକେଶ୍ଵର ଗ୍ରାମର ସଦସ୍ୟ ସିମାଞ୍ଚଳ ଦିଗାଲ, ସୁବାସ ଚନ୍ଦ୍ର ପ୍ରଧାନ, ବାଳୁତ ପ୍ରଧାନ, ରବି ଚନ୍ଦ୍ର ବେହେରା ସହ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତିି । ଏଠାରେ ସୂଚନା ଥାଉକି ସେହି ଗ୍ରାମ ପଞ୍ଚାୟତରେ ‘ଜିଓ ଟାୱାର’ ନାହିଁ। ତେଣୁ ତୁରନ୍ତ ଜିଓ ଟାୱାର ନିର୍ମାଣ ପାଇଁ କର୍ମଚାରୀ ସଂଘ, ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।
ମାଣିକେଶ୍ଵର ପଞ୍ଚାୟତବାସୀଙ୍କ ଦାବି,ନେଟୱର୍କ ସମସ୍ୟା ଦୂର ହେବ କେବେ ?
Popular Categories



