www.samajalive.in
Saturday, December 6, 2025
26.1 C
Bhubaneswar

ଇସ୍ରାଏଲ ସେନାର ଦାବି: ବଙ୍କରରେ କୋଟି କୋଟି ଟଙ୍କାର ସୁନା ଓ ନଗଦ ଟଙ୍କା ଲୁଚାଇଛି ହେଜବୋଲ୍ଲା

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ସେନା ଲଗାତାର ଭାବେ ଲେବାନନରେ ହେଜବୋଲ୍ଲାର ଠିକଣା ଉପରେ ଆକ୍ରମଣ କରୁଛି। ଏହା ସତ୍ୱେ ହେଜବୋଲ୍ଲା ହାର ମାନିବାକୁ ପ୍ରସ୍ତୁତ ନୁହେଁ ବରଂ ପ୍ରତିଦିନ ଇସ୍ରାଏଲ ଅଞ୍ଚଳ ଉପରେ ଆକ୍ରମଣ କରୁଛି। ଏହାରି ଭିତରେ ଇସ୍ରାଏଲ ସେନା ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି ଯେ ହେଜବୋଲ୍ଲା ଲେବାନନର ଏକ ଡାକ୍ତରଖାନା ଅଧୀନରେ ଥିବା ଏକ ବଙ୍କରରେ ବିପୁଳ ସମ୍ପତ୍ତି ଲୁଚାଇ ରଖିଛି। ଯେଉଁଥିରେ ବିପୁଳ ପରିମାଣର ସୁନା ଓ ନଗଦ ଟଙ୍କା ରହିଛି। ଇସ୍ରାଏଲର ପ୍ରତିରକ୍ଷା ବାହିନୀ କହିଛି ଯେ ହେଜବୋଲ୍ଲା ଲେବାନନର ରାଜଧାନୀ ବେରୁତର ଏକ ଡାକ୍ତରଖାନା ତଳେ ବିପୁଳ ସମ୍ପତ୍ତି ଓ ସୁନା ଗହଣା ଲୁଚାଇ ରଖିଛି। ହେଲେ ଇସ୍ରାଏଲ ଏବେ ସେଠାରେ ଆକ୍ରମଣ କରିବ ନାହିଁ। କାରଣ ଇସ୍ରାଏଲର ଟାର୍ଗେଟ ବର୍ତ୍ତମାନ ହେଜବୋଲ୍ଲାର ଆର୍ଥିକ ବ୍ୟବସ୍ଥା ଉପରେ ରହିଛି। ସେପଟେ ଇସ୍ରାଏଲର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଲ-ସାଲେହ ହସ୍ପିଟାଲର ନିର୍ଦ୍ଦେଶକ ଫାଦି ଆଲାମେହ। ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କୁହାଯାଇଛି। ଇସ୍ରାଏଲ ଏବେ ହେଜବୋଲ୍ଲା ଆର୍ଥିକ ସ୍ଥିତିକୁ ଦୁର୍ବଳ କରିବାକୁ ପ୍ରୟାସ କରି ଆକ୍ରମଣ କରିବାରେ ଲାଗିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories