www.samajalive.in
Monday, December 15, 2025
16.1 C
Bhubaneswar

ଦୁର୍ଗମ ଅଞ୍ଚଳ ପରିଦର୍ଶନ କଲେ ବିଡିଓ: ସମସ୍ୟା ଶୁଣିଲେ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

ରାଇକିଆ: ଘଞ୍ଚ ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ – ଗଞ୍ଜାମ ଜିଲା ସୀମାନ୍ତର ଡାଙ୍ଗିସି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁ ନାହିଁ । ସରକାରୀ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚାଇବା ଆଭିମୁଖ୍ୟ ନେଇ ରାଇକିଆ ବ୍ଲକର ଡାସିଙ୍ଗି ଗ୍ରାମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ସବ୍ୟସାଚୀ ସାହୁ ପରିଦର୍ଶନ କରିଥିଲେ। ସେଠାରେ ଲୋକଙ୍କ ସବୁ ସମସ୍ୟା ଶୁଣିବା ସହିତ ସେସବୁର ଶୀଘ୍ର ସମାଧାନ କରାଯିବା ନେଇ  ପ୍ରତିଶ୍ରୁତି ଦେଇଥିଲେ। ଏଭଳି ଏକ ଦୁର୍ଗମ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ରାଇକିଆର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ସାହୁ ଆଲୋଚନାକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

ରାଇକିଆ ବ୍ଲକର ଦୁର୍ଗମ ଘଞ୍ଚ ଜଙ୍ଗଲ, ପାହାଡ଼ିଆ ଘାଟି ଚଢି ଗଲେ ପହଞ୍ଚେ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମ । ଏହି ଗ୍ରାମରେ ଅନେକ ମୈଳିକ ସମସ୍ୟା ରହିଛି। ବିଶେଷ କରି ରାସ୍ତାଘାଟ, ଶିକ୍ଷା, ସ୍ଵାସ୍ଥ୍ୟ ଭଳି ଜରୁରୀ ସେବାରୁ ଗ୍ରାମବାସୀ ବଞ୍ଚିତ ହେଉଛନ୍ତି। ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ କି ଅଙ୍ଗନବାଡ଼ି କେନ୍ଦ୍ର ନାହିଁ। ଗାଁରେ ଏକାଧିକ ପିଲା ଅଧାରୁ ପାଠ ଛାଡିଛନ୍ତି । ଗ୍ରାମବାସୀଙ୍କ  ସ୍ଵାସ୍ଥ୍ୟ ସେବା ପାଇବାକୁ ହେଲେ ୨୫ କିମି ଦୂର ରାଇକିଆ ସହର ଉପରେ ନିର୍ଭରଶୀଳ ହୁଅନ୍ତି ।

- Advertisement -

ଏ ସବୁ ସମସ୍ୟା ଭିତରେ ସବୁ ଠାରୁ ବଡ ଆହ୍ୱାନ ଭାବେ ଦେଖା ଦେଇଛି ରାସ୍ତା କାମ । ଅଧାପନ୍ତରିଆ ଭାବେ ରାସ୍ତା କାମ ରହି ଯାଇ ଥିବାରୁ ଗାଆଁକୁ ଦୁଇ ଚକିଆ ଯାନ ମଧ୍ୟ  ଯାଇ ପାରୁନାହିଁ। ଏହି ଗ୍ରାମରେ ୧୪ ପରିବାର ବସବାସ କରୁଥିବା ଏହି ଗ୍ରାମରେ ସବୁ ଘର ଝାଟି ମାଟି ଓ କଚା ଘର। ରାସ୍ତା ନଥିବାରୁ ଘର ତିଆରି ସରଞ୍ଜାମ ଆଣିବାରେ ବହୁତ ଅସୁବିଧା ଯୋଗୁଁ ଘର ନିର୍ମାଣ କରିପାରୁ ନାହାଁନ୍ତି।

ଗାଁରେ ଥିବା ଏକ ମାତ୍ର ଚୂଆ ଓ ଝରଣା ପାଣିକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ । ଖରା ଦିନେ ଝରଣା ସୁଖି ଗଲେ ସମସ୍ୟା ଦୁଇ ଗୁଣା ବଢିଯାଉଛି ଦୁଇ କିମି ପାହାଡ ଚଢି ପାଣି ଆଣିବାକୁ ପଡୁଛି । ଏକ ସପ୍ତାହ ପୂର୍ବରୁ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଯୋଗ ଦେଇ ଥିବା ସବ୍ୟସାଚୀ ସାହୁ ଏହି ଗ୍ରାମକୁ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟାକୁ ବୁଝିବା ସହ ସ୍ଥାନୀୟ ଲୋକେ କିପରି ସୁଫଳ ସେବା ପାଇ ପାରିବେ ସେ ନେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତରେ ବିଡ଼ିଓଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories