ସମାଜ ଡିଜିଟାଲ ଡେସ୍କ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳାବଜାରୀ ଆଶଙ୍କାରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦେଶ ପରେ କଟକରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଷ୍ଟକ ସେଣ୍ଟରରେ ଚଢ଼ାଉ ଆରମ୍ଭ ହୋଇଛି। ଯେଉଁଠି କିଛି ବି ଅଭିଯୋଗ ଆସୁଛି ସଙ୍ଗେସଙ୍ଗେ ଜିଲା ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତଦାରଖ କରାଯାଉଛି। ତେଣୁ ଏହି ଦୁର୍ବିପାକ ସମୟରେ ଏଥିରୁ ନିବୃତ ରହିବା ପାଇଁ ନିବେଦନ କରିଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ। ବର୍ତ୍ତମାନ ସବୁ ଖାଦ୍ୟ ସାମଗ୍ରୀ କଟକରେ ମହଜୁଦ ରହିଛି। ଖାଉଟିମାନେ ଚିନ୍ତା ନ କରିବା ପାଇଁ କହିଛନ୍ତି ଜିଲାପାଳ। ଯଦି କଳାବଜାରୀ ନଜର ଆସେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ।
ବାତ୍ୟା ଆଲର୍ଟ: କଳାବଜାରୀ ରୋକିବାକୁ ଯୋଗାଣ ବିଭାଗର ଚଢ଼ାଉ ଆରମ୍ଭ, ଖାଉଟି ଚିନ୍ତା ନ କରିବାକୁ କହିଲେ ଜିଲାପାଳ
Popular Categories



